ଅଧାରେ ଅଟକିଛି ସ୍ମାର୍ଟ ସିଟି

ରାଜ୍ୟରେ ଭୁବନେଶ୍ବର ଓ ରାଉରକେଲାରେ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ତାହାର ଅଡିଟ୍ କରି ସିଏଜି ଜଣାଇଛନ୍ତି ଯେ ଯୋଜନା ପ୍ରସ୍ତୁତି ଓ ସମ୍ବଳ ସଂଗ୍ରହରେ ଦୁର୍ବଳତା ପାଇଁ ଉଭୟ ପ୍ରକଳ୍ପ ମୂଲ୍ୟ ଯଥାକ୍ର‌ମେ ୩୬ ପ୍ରତିଶତ ଓ ୩୭ ପ୍ରତିଶତ କାର୍ଯ୍ୟକାରୀ ହୋଇପାରିଛି।

smart city

S Ravivarman

ଭୁବନେଶ୍ବର: ରାଜ୍ୟରେ ଭୁବନେଶ୍ବର ଓ ରାଉରକେଲାରେ ସ୍ମାର୍ଟ ସିଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ତାହାର ଅଡିଟ୍ କରି ସିଏଜି ଜଣାଇଛନ୍ତି ଯେ ଯୋଜନା ପ୍ରସ୍ତୁତି ଓ ସମ୍ବଳ ସଂଗ୍ରହରେ ଦୁର୍ବଳତା ପାଇଁ ଉଭୟ ପ୍ରକଳ୍ପ ମୂଲ୍ୟ ଯଥାକ୍ର‌ମେ ୩୬ ପ୍ରତିଶତ ଓ ୩୭ ପ୍ରତିଶତ କାର୍ଯ୍ୟକାରୀ ହୋଇପାରିଛି।  ଭୁବନେଶ୍ବର ସ୍ମାର୍ଟ ସିଟି ପାଇଁ ୪,୫୩୭ କୋଟି ଟଙ୍କା ଓ ରାଉରକେଲା ପାଇଁ ୨୫୭୧.୨୭ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ସେଥିରୁ ଭୁବନେଶ୍ବର ପାଇଁ କେବଳ ୧୬୨୧.୯୪ କୋଟି ଟଙ୍କା ଓ ରାଉରକେଲା ପାଇଁ ୯୫୦.୪୬ କୋଟି ଟଙ୍କାର ପ୍ରକଳ୍ପ ହାତକୁ ନିଆଯାଇଥିଲା। ଅର୍ଥାତ ଉଭୟ ସ୍ମାର୍ଟ ସିଟିରେ ଯଥାକ୍ରମେ ୬୪% ଓ ୬୩% କାର୍ଯ୍ୟ କରାଯାଇପାରିନଥିଲା। ଫଳରେ ସହରବାସୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହୋଇଥିଲେ ବୋଲି ସିଏଜି ଜଣାଇଛନ୍ତି। ସ୍ମାର୍ଟ ସିଟି ମିସନରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାଦେଶ ପ୍ରଦାନରେ ବିଳମ୍ବ ହେଉଛି। ସେଥିପାଇଁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍‌କୁ ୨୭.୭୩ ‌କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବାକୁ ପଡ଼ିଛି। ଏଥିରେ କିଛି ପ୍ରକଳ୍ପରେ ଏଭଳି ବ୍ୟୟ କରାଯାଇଛି ଯେଉଁଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗର ଅନୁମତି ନିଆଯାଇନଥିଲା ବୋଲି ସିଏଜି କହିଛନ୍ତି। 

ସ୍ମାର୍ଟ ସିଟି ନିର୍ଦ୍ଦେଶାବଳୀକୁ ପାଳନ କରାଯାଇ ନଥିବାରୁ ମିସନ ପାଣ୍ଠିରୁ ପ୍ରଶାସନିକ, କାର୍ଯ୍ୟାଳୟ ଖର୍ଚ୍ଚ, ପରିଚାଳନା ଓ ରକ୍ଷଣାବେକ୍ଷଣ ଦିଗରେ ଅଧିକ ବ୍ୟୟ ହୋଇଥିଲା। ମାନବ ସମ୍ବଳ ନୀତି ଗଠନ, ପୂର୍ଣ୍ଣକାଳୀନ ସିଇଓ ନିଯୁକ୍ତି ଓ ସ୍ମାର୍ଟ ସିଟି ପରାମର୍ଶ ବିଚାରପୀଠ ବୈଠକ ଆଦି ନିର୍ଦ୍ଦେଶାବଳୀକୁ ଠିକ୍ ଭାବେ ପାଳନ କରାଯାଇନଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe