କୌଣସି ବନ୍ଧୁ ଆପଣଙ୍କୁ ହ୍ଵାଟସ୍‌ ଆପ୍‌ରେ ବ୍ଲକ୍‌ କରିଛନ୍ତି କି? ତେବେ ଏହି ଉପାୟ ଆପଣାଇ ସହଜରେ ମେସେଜ କରି ପାରିବେ

Advertisment
କୌଣସି ବନ୍ଧୁ ଆପଣଙ୍କୁ ହ୍ଵାଟସ୍‌ ଆପ୍‌ରେ ବ୍ଲକ୍‌ କରିଛନ୍ତି କି? ତେବେ ଏହି ଉପାୟ ଆପଣାଇ ସହଜରେ ମେସେଜ କରି ପାରିବେ

ନୂଆଦିଲ୍ଲୀ: ହ୍ଵାଟସ୍‌ ଆପ ଏକ ଲୋକପ୍ରିୟ ତଥା ମଲ୍‌ଟିମିଡିଆ ମେସେଜିଂ ଆପ ଭାବରେ ପରିଚିୟ ହାସଲ କରିଛି। ଭାରତରେ ହ୍ଵାଟସ୍‌ ଆପ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୨୦ କୋଟି ରହିଥିବା ସୂଚନା ମିଳିଛି। ତେବେ ହ୍ଵାଟସ୍‌ ଅପ୍‌ରେ ଏମିତି କିଛି ବନ୍ଧୁ ଥାଆନ୍ତି ଯେଉଁମାନେ ଆପଣଙ୍କର ନମ୍ବରକୁ ଜଣାତରେ ହେଉ ଅବା ଅଜଣାତରେ ହେଉ ବ୍ଲକ୍‌ ଲିଷ୍ଟରେ ପକାଇ ଦେଇଥାଆନ୍ତି। ଏପରି କ୍ଷେତ୍ରରେ ଆପଣ ବିଚଳିତ ହେବାର କୌଣସି କାରଣ ନାହିଁ ଏହି ଉପାୟ ଆପଣାଇ ସହଜରେ ମେସେଜ କରି ପାରିବେ। ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା. . .

publive-image

ଏହି ଉପାୟଟିକୁ କାର୍ଯ୍ୟକାରୀ କରିବାକୁ ହେଲେ ପ୍ରଥମେ ଆପଣ ଆପଣଙ୍କର କୌଣସି ଜଣେ ବିଶ୍ୱସ୍ଥ ବନ୍ଧୁଙ୍କର ସହଯୋଗ ଲୋଡିବାକୁ ପଡିବ । ଅର୍ଥାତ ଯେଉଁ ବ୍ୟକ୍ତି ଜଣକ ଆପଣଙ୍କୁ ବ୍ଲକ କରିଛନ୍ତି, ତାଙ୍କର ଏବଂ ଆପଣଙ୍କ ମଧ୍ୟରେ ଥାର୍ଡ ପାର୍ଟି ତଥା ଆପଣଙ୍କ ଜଣେ ବନ୍ଧୁ ମଧ୍ୟ ସାମିଲ ହେବା ଆବଶ୍ୟକ । ତେଣୁ ଏହି ଟ୍ରିକକୁ ବ୍ୟବହାର କରିବାକୁ ହେଲେ ଆପଣଙ୍କୁ ଆପଣଙ୍କ ବନ୍ଧୁଙ୍କର ସହାୟତା ନେବାକୁ ପଡିବ ।

ସର୍ବପ୍ରଥମେ ଆପଣଙ୍କର ବନ୍ଧୁ ଏକ ହ୍ଵାଟସ୍‌ ଆପ୍‌ ଗ୍ରୁପ କ୍ରିଏଟ କରିବେ । ଆଉ ଏହି ଗ୍ରୁପରେ ଆପଣ ସାମିଲ ରହିବେ । ଆପଣଙ୍କର ବନ୍ଧୁ ମଧ୍ୟ ଏହି ଗ୍ରୁପରେ ରହିବେ । ଏଥିସହିତ ଆପଣଙ୍କର ନମ୍ବର ବ୍ଲକ କରିଥିବା ଉକ୍ତ ବ୍ୟକ୍ତିବିଶେଷ ଜଣକକୁ ଏହି ଗ୍ରୁପରେ ଆପଣଙ୍କୁ ଆପଣଙ୍କର ବନ୍ଧୁ ଆଡ କରିବାକୁ ପଡିବ । ଏବେ ଆପଣ ଜାଣିପାରୁଥିବେ କି ଆପଣ ମେଜେସ କିପରି କରିପାରିବେ । ତେବେ ଗ୍ରୁପଟି କ୍ରିଏଟ ହେବା ପରେ ଆପଣଙ୍କର ବନ୍ଧୁ ଏଥିରୁ ବାହାରି ଯାଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe