ଅକ୍ଟୋବରରେ ୨୨ ହଜାର ଟ୍ରାକ୍ଟର ଡେଲିଭରି ଦେଲା ‌ସୋନାଲିକା

Advertisment
ଅକ୍ଟୋବରରେ ୨୨ ହଜାର ଟ୍ରାକ୍ଟର ଡେଲିଭରି ଦେଲା ‌ସୋନାଲିକା

ANI News

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ସୋନାଲିକା ଟ୍ରାକ୍ଟର୍ସ ୨୨ ହଜାରରୁ ଅଧିକ ଟ୍ରାକ୍ଟର ଗ୍ରାହକମାନଙ୍କ ପାଖରେ ପହଞ୍ଚାଇ ରେକର୍ଡ କରିଛି। ଏହି ସମୟରେ ଟ୍ରାକ୍ଟର ଶିଳ୍ପର ଅଭିବୃଦ୍ଧି ୭ ପ୍ରତିଶତ ଥିବା ବେଳେ କଂପାନିର ବିଲିଂ ଅଭିବୃଦ୍ଧି ୧୬ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ‌ନବରାତ୍ରୀଠାରୁ ଟ୍ରାକ୍ଟରର ଚାହିଦା ବଢ଼ିବା ଆରମ୍ଭ ହୋଇଥିଲା ଯାହା ଦୀପାବଳି ପର୍ଯ୍ୟନ୍ତ ଜାରି ରହିଥିଲା।

ଉତ୍ସବ ଋତୁରେ କଂପାନି ହେଭି ଡ୍ୟୁଟି ଧମାକା ଅଫର ଘୋଷଣା କରିଥିଲା। ବ୍ୟବସାୟ ସଫଳତା ସମ୍ପର୍କରେ ଇଣ୍ଟରନ୍ୟାସନାଲ୍ ଟ୍ରାକ୍ଟର୍ସ ଲିମିଟେଡ୍‌ର ଏମ୍‌ଡି ରମଣ ମିତ୍ତଲ କହିଛନ୍ତି ଯେ ଅକ୍ଟୋବର ମାସରେ ୨୨ ହଜାର ଟ୍ରାକ୍ଟର ଡେଲିଭରି ଦେଇ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ। ଆମେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲୁ ତାହାକୁ ୧୦୦ ପ୍ରତିଶତ ହାସଲ କରିପାରିଛୁ। ଆମ ଟିମ୍‌ର ସମସ୍ତ ସଦସ୍ୟ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଥିଲେ। ଚାଷୀଙ୍କ ଉତ୍ପାଦକତା ଓ ଆୟ ବୃଦ୍ଧି ଲାଗି ଆମେ ନୂଆ ଓ ଆକର୍ଷଣୀୟ ଟ୍ରାକ୍ଟର ଉନ୍ମୋଚନ ଜାରି ରଖିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe