ଡିଲର୍‌ସିପ୍ କର୍ମଚାରୀଙ୍କ ପାଇଁ ସୋନାଲିକାର ଆର୍ଥିକ ସହାୟତା

Advertisment
ଅକ୍ଟୋବରରେ ୨୨ ହଜାର ଟ୍ରାକ୍ଟର ଡେଲିଭରି ଦେଲା ‌ସୋନାଲିକା

ANI News

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବକୁ ନଜରରେ ରଖି ଚ୍ୟାନେଲ୍ ପାର୍ଟନର୍‌, ଡିଲର୍‌ସିପ୍ ଓ ସେମାନଙ୍କ କର୍ମଚାରୀମାନଙ୍କ ଲାଗି ସୋନାଲିକା ପକ୍ଷରୁ ଆର୍ଥିକ ସହାୟତା ଘୋଷଣା କରାଯାଇଛି।

କଂପାନି ତରଫରୁ ଡିଲରସିପ୍‌ର କର୍ମଚାରୀମାନଙ୍କୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଆର୍ଥିକ ସହାୟତା ସହ ମେଡିକାଲ୍‌ ଖର୍ଚ୍ଚ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଡିଲର୍‌ସିପ୍‌ର ସମସ୍ତ କର୍ମଚାରୀଙ୍କ ଟିକାକରଣ ପାଇଁ କଂପାନି ଘୋଷଣା କରିଥିବା ଅଭିଯାନ ବାଦ ଏହି ନୂତନ ଘୋଷଣା କରିଛି। ଡିଲର୍‌ସିପ୍‌ର କୌଣସି କର୍ମଚାରୀ କୋଭିଡ୍ ସଂକ୍ରମିତ ହେଲେ ‌‌ସୋନାଲିକା ତରଫରୁ ମେଡିକାଲ୍‌ ଖର୍ଚ୍ଚ ପାଇଁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ। ଡିଲରସିପ୍‌ କର୍ମଚାରୀମାନଙ୍କ ପିଲାଙ୍କ ମେଡିକାଲ୍ ଓ ପଢ଼ା ଖର୍ଚ୍ଚ ବାବଦରେ ବାର୍ଷିକ ୫୦ ହଜାର ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା ରହିଛି। ତା' ବାଦ କଂପାନି ଅତିରିକ୍ତ ସହାୟତା ଯୋଗାଇଦେବ। ଯଦି କରୋନା ସଂକ୍ରମଣରେ ଡିଲର୍‌ସିପ୍‌ର କୌଣସି କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ‌ସୋନାଲିକା ତରଫରୁ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ନିଜ କ୍ଷମତା ଅନୁସାରେ ନିଜ ଆଡ଼ୁ ମଧ୍ୟ ଆର୍ଥିକ ସହାୟତା ଦେବାକୁ କଂପାନି ଏହାର ଡିଲର୍‌ସିପ୍‌ଗୁଡ଼ିକୁ କହିଛି।

ଏ ସମ୍ପର୍କରେ କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମଣ ମିତ୍ତଲ କହିଛନ୍ତି ଯେ କୋଭିଡ୍-୧୯ ଗୁରୁତର ଭାବେ ଆମର ବ୍ୟବସାୟ ସହଯୋଗୀ ଓ ଚ୍ୟାନେଲ୍ ପାର୍ଟନର୍‌ମାନଙ୍କୁ ପ୍ରଭାବିତ କରିଛି। କୌଣସି ବ୍ୟକ୍ତିଙ୍କ ଅସମୟ ମୃତ୍ୟୁର ଅଭାବକୁ କୌଣସି ଆର୍ଥିକ ସହାୟତା ପୂରଣ କରିପାରିବ ନାହିଁ ବୋଲି ଆମର ବିଶ୍ବାସ ରହିଛି। ମାତ୍ର ଏହି ଅଭାବନୀୟ ସମୟରେ ଆମେ ଆମର ଡିଲର୍‌ସିପ୍ ଓ ସେମାନଙ୍କ କର୍ମଚାରୀମାନଙ୍କ ସହିତ ରହିଅଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe