ଖୁବ୍‌ ଶୀଘ୍ର ଆମେ ବିଦାୟ ଦେବୁ: ‘ଟୁଇଟର୍‌’ର ‘ବ୍ରାଣ୍ଡ୍‌’ ଓ ‘ଲୋଗୋ’ ପ୍ରସଙ୍ଗରେ ଏଲନ୍‌ ମସ୍କ୍‌ଙ୍କ ଆକସ୍ମିକ ସୂଚନା

Advertisment
ଖୁବ୍‌ ଶୀଘ୍ର ଆମେ ବିଦାୟ ଦେବୁ: ‘ଟୁଇଟର୍‌’ର ‘ବ୍ରାଣ୍ଡ୍‌’ ଓ ‘ଲୋଗୋ’ ପ୍ରସଙ୍ଗରେ ଏଲନ୍‌ ମସ୍କ୍‌ଙ୍କ ଆକସ୍ମିକ ସୂଚନା

Image Courtesy of NDTV

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆମେ ‘ଟୁଇଟର୍’ ‘ବ୍ରାଣ୍ଡ୍‌’ ଏବଂ ଧୀରେ ଧୀରେ ସବୁ ପକ୍ଷୀଙ୍କୁ ବିଦାୟ ଦେବୁ ବୋଲି ଆଜି ‘ଟୁଇଟର୍‌’ ମାଲିକ ଏଲନ୍‌ ମସ୍କ୍‌ ହଠାତ୍‌ ଏକ ରହସ୍ୟମୟ ‘ଟୁଇଟ୍‌’ କରି ସୂଚନା ଦେଇଛନ୍ତି।

ଅନ୍ୟ ଏକ ‘ଟୁଇଟ’ରେ ସେ ଲେଖିଛନ୍ତି, ଆଜି ରାତିରେ ଯଦି ସବୁକୁ ସୁହାଇବା ଭଳି ‘ଏକ୍ସ୍‌’ (X) ‘ଲୋଗୋ’ଟିଏ ପୋଷ୍ଟ କରାଯାଏ, ତେବେ ଆସନ୍ତାକାଲି ଆମେ ସମଗ୍ର ବିଶ୍ବରେ ସକ୍ରିୟ ରହିବୁ।

ସୂଚନାଯୋଗ୍ୟ, କିଛି ଦିନ ହେବ ଏଲନ୍‌ ମସ୍କ୍‌ ‘ଏକ୍ସ୍‌’ (X) କଥା ଚିନ୍ତା କରୁଛନ୍ତି। ଏପ୍ରିଲ୍‌ ମାସରେ ସେ ନୂଆ ‘ସିଇଓ’ ଲିଣ୍ଡା ୟାକାରିନୋଙ୍କୁ ସ୍ବାଗତ କରିବା ବେଳେ ଟୁଇଟ୍‌ କରିଥିଲେ, ଏହି ପ୍ଲାଟ୍‌ଫର୍ମକୁ (ଟୁଇଟର୍‌) ‘ଏକ୍ସ୍‌’ (X)ରେ ପରିଣତ କରିବା ପାଇଁ ଲିଣ୍ଡାଙ୍କ ସହିତ ମିଶି କାମ କରିବାକୁ ଅପେକ୍ଷା କରିଛୁ।

ସେହିପରି, ଅକ୍ଟୋବର ମାସରେ ସେ କହିଥିଲେ, ‘ଟୁଇଟର୍‌’ ଖରିଦ ହେଉଛି ‘ସାମଗ୍ରିକ ଆପ୍‌’ ‘ଏକ୍ସ୍‌’ (X)ର ପ୍ରସ୍ତୁତି ତ୍ବରାନ୍ବିତ କରିବା।

ଉଲ୍ଲେଖଯୋଗ୍ୟ, ‘ଏକ୍ସ କର୍ପ’ ନାମକ ନବଗଠିତ କମ୍ପାନିରେ ମିଶାଇ ଦିଆଯାଇଥିବାରୁ ‘ଟୁଇଟର୍‌’ ଆଉ ସ୍ବାଧୀନ କମ୍ପାନି ହୋଇ ରହିନାହିଁ। ‘ଟୁଇଟର୍‌’ ଆକାଉଣ୍ଟ୍‌ରେ ମସ୍କ୍‌ ‘ଏକ୍ସ୍‌’ (X) ପୋଷ୍ଟ୍‌ କରିବା ପରେ ଏ କଥା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe