ଓଲା ଏବଂ ଉବର୍‌ ପରି ଭଡ଼ାରେ ମିଳିବ ବମାନ

Advertisment
ଓଲା ଏବଂ ଉବର୍‌ ପରି ଭଡ଼ାରେ ମିଳିବ ବମାନ

Photo Courtesy of TOI

ନୂଆଦିଲ୍ଲୀ: ଆଞ୍ଚଳିକ ସଂଯୋଗୀକରଣ ଯୋଜନା ମାଧ୍ୟମରେ ଭାରତ ସରକାର ଜନଗଣଙ୍କୁ ସୁବିଧା ଦରରେ ବିମାନ ଯାତ୍ରା ଯୋଗାଇ ଦେବାକୁ ଉଦ୍ୟମ କରୁଥିବାବେଳେ କେତେକ ଚାର୍ଟର୍‌ କମ୍ପାନି (ବ୍ୟବସାୟ ନିମିତ୍ତ କେତେକ କମ୍ପାନିଙ୍କ ମିଳିତ ସଂସ୍ଥାନ) ଓଲା ଏବଂ ଉବର୍‌ ଭଳି େଓ୍ଵବ୍‌ସାଇଟ୍‌ ଜରିଆରେ ଭଡ଼ାରେ ବିମାନ ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ତାହା ପୁଣି ଶତକଡ଼ା ୫୦ ଭାଗ ଶସ୍ତାରେ।

ଜଣେ ଏଗ୍ରିଗେଟର୍‌ ଭାବେ, ଗୋଟିଏ କମ୍ପାନି ସମସ୍ତ ଯାତ୍ରୀଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମରେ ଉପଲବ୍ଧ ସମସ୍ତ ବିମାନ ଅଫର୍‌ କରିବା ସହ ବିମାନର ସର୍ବାଧିକ ବ୍ୟବହାରକୁ ପରିଚାଳନା କରିବ। ଦେଶରେ ୧୨୯ଟି ସାଧାରଣ ବିମାନ ଚଳାଚଳ ଅପରେଟର୍‌ ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣଙ୍କର ରହିଛି ଫକ୍‌ସ୍‌ଡ୍‌ ଉଇଙ୍ଗ୍‌ ବିମାନ। ବାକି ଅନ୍ୟମାନଙ୍କର ଅଛି ହେଲିକପ୍ଟର୍‌।

publive-image Photo Courtesy of Massive

ପ୍ରଚଳିତ ନୀତି ଅନୁସାରେ, ଅଧିକାଂଶ ଚାର୍ଟର୍‌ କମ୍ପାନି ଗ୍ରାହକମାନଙ୍କ ଠାରୁ ଗୋଟିଏ ବିମାନ ବାବଦରେ ସମସ୍ତ ଭଡ଼ା ନିଅନ୍ତି। କିନ୍ତୁ, ଏବେ ସେ ଭଡ଼ା ପ୍ରାୟ ୫୦% କମିଯିବ।

ଦେଶର ବିଭିନ୍ନ ଅଞ୍ଚଳରେ ହିସାବ ମୁତାବକ ବିମାନ ଅବସ୍ଥାନ କରାଇବା ସହ ଚାହିଦାକୁ ଚାହିଁ ଏବଂ ଅଧିକ ଦକ୍ଷତାର ସହ ସେବା ଯୋଗାଇ ସାମଗ୍ରିକ ଭାବେ ଉଡ଼ାଣ ସମୟ ହ୍ରାସ କରାଇବାକୁ ଚାର୍ଟର କମ୍ପାନିମାନେ ଉଦ୍ୟମ କରୁଛନ୍ତି।

publive-image Photo Courtesy of The Economics Times

ସୁତରାଂ ଅତିବେଶୀରେ ଦର ତାରତମ୍ୟ ୫୦% ହେବ ବୋଲି ଜେଟ୍‌-ସେଟ୍‌-ଗୋ’ର ସହ ସଂସ୍ଥାପକ ତେକ୍ରିଓ୍ଵାଲ୍‌ କହିଛନ୍ତି। ୬ରୁ ୯ଟି ସିଟ୍‌ ଥିବା ବିମାନ ଭଡ଼ା ନେଲେ ଏବେ ଘଣ୍ଟା ପିଛା ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ପଡୁଛି। ଏୟାର୍‌ ସାହାରାର ପୂର୍ବତନ ଅଧ୍ୟକ୍ଷ ଆଲୋକ ଶର୍ମାଙ୍କ ଦ୍ୱାରା ପ୍ରୋତ୍ସାହିତ ଏୟାର୍‌ ଓ୍ଵାନ୍‌ ଏଭିଏସନ୍‌ ତାହାର ସବ୍‌ସିଡିଆରି ଇଜି ଚାର୍ଟର୍‌ ପିଭିଟି ଜରିଆରେ ୫୦୦ ବିମାନ ଯୋଗାଇ ଦେଇଥିଲା। ଶର୍ମା କହନ୍ତି: ଦେଶରେ ଚାର୍ଟର୍‌ ବ୍ୟବସାୟ ବୃଦ୍ଧି ପାଉଛି ଏବଂ ସେ ପର୍ଯ୍ୟଟନ ବଜାରରେ ପ୍ରବେଶ କରିଛନ୍ତି।

ନୂଆଦିଲ୍ଲୀର ଫ୍ଲାପ୍‌ସ୍‌ ଏଭିଏସନ୍‌ର ମୁଖ୍ୟ ଲକ୍ଷ ବ୍ୟବସାୟ ଏବଂ ଲିଜର୍‌ ଟ୍ରାଭେଲ୍‌ରେ ଥିବାବେଳେ ଭାରତରେ ପ୍ରଥମ ଥର ପାଇଁ କମ୍ପାନି ଏ ମାସ ଶେଷ ସୁଦ୍ଧା ଏକ ଏକ୍‌ସ୍‌କ୍ଲୁସିଭ୍‌ ଏୟାର୍‌ ଆମ୍ବ୍ୟୁଲାନ୍‌ସ ସେବା ଆରମ୍ଭ କରିବ।

ଦେଶର ମେଟ୍ରୋ ସହର ଛଡ଼ା ଅନ୍ୟ ସହରଗୁଡ଼ିକ ଉପରେ ମୁଖ୍ୟତଃ ଏହି ଏୟାର୍‌ ଆମ୍ବ୍ୟୁଲାନସ୍‌ ସେବା ଚଳାଇବା କମ୍ପାନିର ଲକ୍ଷ ଏବଂ ଏଥିପାଇଁ ବଜାର ଦର ଠାରୁ ୨୦% କମ୍‌ ମୂଲ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପରିଚାଳନା ନିର୍ଦ୍ଦେଶକ ଅମିତ କୁମାର କହନ୍ତି। ସେଥିରେ ମେଡିକାଲ୍‌ ଇଭାକ୍ୟୁଏସନ୍‌ ବିମାନ ଚଳାଇ ଥିବା ତାଲିମପ୍ରାପ୍ତ ପାଇଲଟ୍‌ ମଧ୍ୟ ରହିବେ ବୋଲି ଅମତି କହିନ୍ତି।

publive-image Photo Courtesy of The Economics Times

ଗୌହାଟିରୁ ଦିଲ୍ଲୀ ଯିବା ପାଇଁ ଗୋଟିଏ ଏୟାର୍‌ ଆମ୍ବ୍ୟୁଲାନ୍ସ୍‌ର ଭଡ଼ା ଗସ୍ତ ପିଛା ୫ ଲକ୍ଷ ଟଙ୍କା ରଖା ଯାଇଛି। ଏବେ ଏୟାର୍‌ ଆମ୍ବ୍ୟୁଲାନ୍‌ସ୍‌ କେବଳ ଡାକ୍ତରଖାନାଗୁଡ଼ି ଯୋଗାଉ ଥିବାରୁ ତାହା ସର୍ବଦା ଶୀଘ୍ର ମିଳୁନାହିଁ। ଫ୍ଲପ୍‌ ଏଭିଏସନ୍‌ର ପ୍ରଥମ ବେସ୍‌ ଗୌହାଟିରେ ସ୍ଥାପନା କରାଯିବ। ତା’ପରେ ଏହାକୁ ରାଞ୍ଚି, ପାଟନା, କୋଚି, ସୁରତ ଏବଂ ବିଶାଖାପାଟଣାକୁ ସମ୍ପ୍ରସାରଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe