‘ଏସ୍‌ ଆଣ୍ଡ୍‌ ପି’ର ଆକଳନ: ୨୦୩୦ ସୁଦ୍ଧା ଭାରତ ତୃତୀୟ ବୃହତ୍‌ ଅର୍ଥନୀତି

Advertisment

୨୦୩୦ ମସିହା ସୁଦ୍ଧା ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ। କିନ୍ତୁ ବର୍ଦ୍ଧିତ ଜନସଂଖ୍ୟା ବିଶିଷ୍ଟ ଦେଶବାସୀଙ୍କୁ ମୌଳିକ ସେବା ଯୋଗାଇଦେବା ଏବଂ ଉତ୍ପାଦକତା ବଜାୟ ରଖିବା ପାଇଁ ‌ଆବଶ୍ୟକ ହେଉଥିବା ଅଧିକ ନିବେଶ ସଂଗ୍ରହ ନେଇ ସମସ୍ୟାର ସାମ୍ନା କରିବ।

୨୦୩୦ ମସିହା ସୁଦ୍ଧା ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ। କିନ୍ତୁ ବର୍ଦ୍ଧିତ ଜନସଂଖ୍ୟା ବିଶିଷ୍ଟ ଦେଶବାସୀଙ୍କୁ ମୌଳିକ ସେବା ଯୋଗାଇଦେବା ଏବଂ ଉତ୍ପାଦକତା ବଜାୟ ରଖିବା ପାଇଁ ‌ଆବଶ୍ୟକ ହେଉଥିବା ଅଧିକ ନିବେଶ ସଂଗ୍ରହ ନେଇ ସମସ୍ୟାର ସାମ୍ନା କରିବ।

ସରକାରୀ ତଥ୍ୟର ବିଶ୍ବସନୀୟତାରେ ପ୍ରଶ୍ନଚିହ୍ନ: ଆପତ୍ତି ଉଠାଇଲେ ୧୦୮ ଅର୍ଥନୀତିଜ୍ଞ

ନୂଆଦିଲ୍ଲୀ: ୨୦୩୦ ମସିହା ସୁଦ୍ଧା ଭାରତ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ। କିନ୍ତୁ ବର୍ଦ୍ଧିତ ଜନସଂଖ୍ୟା ବିଶିଷ୍ଟ ଦେଶବାସୀଙ୍କୁ ମୌଳିକ ସେବା ଯୋଗାଇଦେବା ଏବଂ ଉତ୍ପାଦକତା ବଜାୟ ରଖିବା ପାଇଁ ‌ଆବଶ୍ୟକ ହେଉଥିବା ଅଧିକ ନିବେଶ ସଂଗ୍ରହ ନେଇ ସମସ୍ୟାର ସାମ୍ନା କରିବ। ଷ୍ଟାଣ୍ଡାର୍ଡ ଆଣ୍ଡ୍ ପୁଅର୍ସ‌୍ (ଏସ୍‌ ଆଣ୍ଡ୍‌ ପି) ଗ୍ଲୋବାଲ୍‌ ରେଟିଂସ ପକ୍ଷରୁ ଗୁରୁବାର ଏହା କୁହାଯାଇଛି। ଆସନ୍ତା ଦଶନ୍ଧି ଏବଂ ତା ପରବର୍ତ୍ତୀ ସମୟ ପାଇଁ ଉଦୀୟମାନ ଅର୍ଥନୀତିଗୁଡ଼ିକ ଉଚ୍ଚ ଆକାଂକ୍ଷା ରହିଛି। ୨୦୪୭ ମସିହା ସୁଦ୍ଧା ଭାରତ ୩୦ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବା ଆଶା ରଖିଛି। ବର୍ତ୍ତମାନ ଭାରତୀୟ ଅର୍ଥନୀତିର ଆକାର ୩.୬ ଟ୍ରିଲିଅନ ଡଲାର ରହିଛି। ଫଳରେ ଭାରତ ବିଶ୍ବର ପଞ୍ଚମ ବୃହତ୍‌ ଅର୍ଥନୀତିର ଆଖ୍ୟା ପାଇଛି। 

ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବିଶ୍ବର ପ୍ରମୁଖ ଅର୍ଥନୀତିଗୁଡ଼ିକ ମଧ୍ୟରେ ଭାରତ ସବୁଠୁ ଅଧିକ ଦ୍ରୁତବେଗରେ ବଢ଼ୁଥିବା ଅର୍ଥନୀତି ହୋଇ ରହିବା ସହିତ ୨୦୩୦ ସୁଦ୍ଧା ତୃତୀୟ ବୃହତ୍‌ ଅର୍ଥନୀତିରେ ପରିଣତ ହେବ। ୨୦୩୫ ମସିହା ସୁଦ୍ଧା ବିଶ୍ବର ମୋଟ ଅର୍ଥନୈତିକ ଅଭିବୃଦ୍ଧିରେ ଉଦୀୟମାନ ଅର୍ଥନୀତିଗୁଡ଼ିକର ଯୋଗଦାନ ୬୫ ପ୍ରତିଶତ ରହିବ। ଏହି ଅଭିବୃଦ୍ଧିରେ ଉଦୀୟମାନ ଅର୍ଥନୀତି, ବିଶେଷକରି  ଚୀନ, ଭାରତ, ଭିଏତ୍‌ନାମ ଏବଂ ଫିଲିପାଇନ୍ସ ସମେତ ଏସୀୟ ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏଥିସହିତ ୨୦୩୫ ସୁଦ୍ଧା ଭାରତ ତୃତୀୟ ବୃହତ୍‌ ଅର୍ଥନୀତି ଭାବେ ଏହାର ସ୍ଥିତିକୁ ମଜଭୁତ କରିବ। ଇଣ୍ଡୋନେସିଆ ଏବଂ ବ୍ରାଜିଲ ଯଥାକ୍ରମେ ଅଷ୍ଟମ ଏବଂ ନବମ ବୃହତ୍‌ ଅର୍ଥନୀତିରେ ପରିଣତ ହେବେ ବୋଲି ଏସ୍‌ ଆଣ୍ଡ୍‌ ପି ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଭାରତ ପାଇଁ ଏହା ବର୍ଦ୍ଧିତ ଜନସଂଖ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିବ। ୨୦୩୫ ମସିହା ସୁଦ୍ଧା ବିଶ୍ବରେ ଭାରତର ଜନସଂଖ୍ୟା ସବୁଠୁ ଅଧିକ ରହିବ ବୋଲି ଆଶା କରାଯାଉଛି ‌ବୋଲି ଏସ୍‌ ଆଣ୍ଡ୍‌ ପି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe