ଲୋକଙ୍କ ସତର୍କ କରାଇଲେ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ

ଆଧାର ନମ୍ବର ସାର୍ବଜନୀନ କରନାହିଁ

ଲୋକଙ୍କ ସତର୍କ କରାଇଲେ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ

ନୂଆଦିଲ୍ଲୀ,: ଆଧାର ନମ୍ବରକୁ ଟ୍ଵିଟରରେ ପ୍ରକାଶ କରି ଟ୍ରାଇ ମୁଖ୍ୟ ଆର ଏସ ଶର୍ମା ଅଡ଼ୁଆରେ ପଡ଼ିବା ପରେ ଏବେ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) ଲୋକଙ୍କୁ ଏ ନେଇ ସତର୍କ କରାଇ ଦେଇଛି। ଏଭଳି କାର୍ଯ୍ୟ ନକରିବା ଲାଗି ୟୁଆଇଡିଏଆଇ ଲୋକଙ୍କୁ ପରାମର୍ଶ ଦେଇଛି। ସୋସିଆଲ ମିଡିଆରେ ଆଧାର ନମ୍ବର ପ୍ରଘଟ କରି ଅନ୍ୟକୁ ଚାଲେଞ୍ଜ ନ କରିବା ଲାଗି କହିଛି। ଏଭଳି କାର୍ଯ୍ୟ କରିବା ଆଇନ ସମ୍ମତ ନୁହେଁ। ଏଭଳି କାମ କରୁଥିଲେ କିମ୍ବା ଅନ୍ୟମାନଙ୍କୁ ଏଥିପାଇଁ ଉତ୍ସାହିତ କରୁଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଆଇଡିଏଆଇ କହିଛି।

ଲୋକମାନଙ୍କୁ ଚେତାବନୀ ଦେଇ ୟୁଆଇଡିଏଆଇ କହିଛି ଯେ କୌଣସି କାମ ପାଇଁ ଅନ୍ୟ କାହାର ଆଧାର ନମ୍ବରକୁ ବ୍ୟବହାର କରିବା ଦଣ୍ଡନୀୟ ଅପରାଧ। ଗତ ଶନିବାର ଟ୍ରାଇ ଅଧ୍ୟକ୍ଷ ଶ୍ରୀ ଶର୍ମା ଟ୍ଵିଟରରେ ତାଙ୍କ ଆଧାର ନମ୍ବରକୁ ପ୍ରକାଶ କରି ତାହାର ଅପବ୍ୟବହାର କରିବା ପାଇଁ ଅନ୍ୟମାନଙ୍କୁ ଚାଲେଞ୍ଜ ଦେଇଥିଲେ। ଏହାପରେ ଟ୍ଵିଟରରେ ବହୁସଂଖ୍ୟାରେ ଟ୍ଵିଟ୍‌ ଆସିଥିଲା। ଫ୍ରାନ୍ସର ଜଣେ ହ୍ୟାକର ଟ୍ରାଇ ମୁଖ୍ୟଙ୍କ ଅନେକ ବ୍ୟକ୍ତିଗତ ତଥ୍ୟ ପ୍ରକାଶ କରିବାରେ ସକ୍ଷମ ହୋଇଥିଲେ। ତେବେ ଏହି ମାମଲାରେ ତୁରନ୍ତ ୟୁଆଇଡିଏଆଇ ସ୍ପଷ୍ଟୀକରଣ ଦେବାକୁ ଆଗେଇ ଆସିଥିଲା। ଏପରିକି ଟ୍ରାଇ ମୁଖ୍ୟଙ୍କ ସମ୍ପର୍କରେ ପ୍ରକାଶ ପାଇଥିବା ତଥ୍ୟ ଆଧାରର ଡାଟାବେସ୍‌ କିମ୍ବା ସର୍ଭରରୁ ନିଆଯାଇ ନାହିଁ ବୋଲି ୟୁଆଇଡିଏଆଇ କହିଥିଲା। ତେବେ ଆଜି ୟୁଆଇଡିଏଆଇ ପୁଣି ଏ ନେଇ ଜନସାଧାରଣଙ୍କୁ ଆଧାର ନମ୍ବର ପ୍ରକାଶ ନକରିବାକୁ ସତର୍କ କରାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe