ଏସ୍‌ବିଆଇର ନୂତନ ଯୋଜନା, ଏଣିକି ଗ୍ରାହକ ମାତ୍ର ୮ଟଙ୍କା ନିବେଶ କରି ଜୀବନଭର ପାଇବେ ଏହି ସବୁ ସୁବିଧା

ଏସ୍‌ବିଆଇର ନୂତନ ଯୋଜନା, ଏଣିକି ଗ୍ରାହକ ମାତ୍ର ୮ଟଙ୍କା ନିବେଶ କରି ଜୀବନଭର ପାଇବେ ଏହି ସବୁ ସୁବିଧା

ନୂଆଦିଲ୍ଲୀ: ଏସବିଆଇରେ ଜମାକାରୀଙ୍କ ଖୁସି ଖବର। ନିକଟରେ ଏସବିଆଇ ଏଭଳି ଏକ ଯୋଜନା ଆରମ୍ଭ କରିଛି, ଯେଉଁଥିରେ ଆପଣ ମାତ୍ର ୮ ଟଙ୍କା ନିବେଶ କରି ସାରା ଜୀବନ ଚିନ୍ତା ମୁକ୍ତ ରହିପାରିବେ । ତେବେ ଏହା କିଭଳି ସମ୍ଭବ ଆସନ୍ତୁ ଜାଣିବା ।

publive-image

ଏସବିଆଇର ଅଫିସିଆଲ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ, ନିକଟରେ ଏକ ଏଭଳି ସ୍କିମ ବ୍ୟାଙ୍କ ଆରମ୍ଭ କରିଛି । ଯାହାକି ଏକ ଟର୍ମ ଇନସ୍ୟୁରାନ୍‌ସ ପ୍ଲାନ ଅଟେ । ଏଥିରେ ଆପଣଙ୍କୁ ମାତ୍ର ୮ଟଙ୍କା ଖର୍ଚ୍ଚ କରିବାକୁ ପଡିବ। । ଏହି ପ୍ଲାନଟି ୩୬ ବଡ ରୋଗକୁ କଭର କରିଥାଏ । ଏଥିସହିତ ହିଁ ଲାଇଫ୍‌ କଭର ମଧ୍ୟ ଦେଇଥାଏ । ଏହି ପ୍ଲାନଟି ଯେଉଁସବୁ ରୋଗକୁ କଭର କରିଥାଏ ସେଗୁଡିକ ମଧ୍ୟରେ ହାର୍ଟଆକାଟାକ୍‌ , ହାର୍ଟ ଷ୍ଟୋକ୍‌, କ୍ୟାନସର ଭଳି ରୋଗ ସାଲିମ ରହିଛି । ଏହି ପ୍ଲାନ ୧୯ ବର୍ଷ, ୧୫ ବର୍ଷ, ୨୦ବର୍ଷ, ୨୫ ବର୍ଷ ନଚେତ ୩୦ ବର୍ଷ ପାଇଁ ଗ୍ରାହକମାନେ କରିପାରିବେ ।

ସେହିପରି ବ୍ୟାଙ୍କର ଏହି ପୂରା ପ୍ଲାନ ଅବସରରେ ପ୍ରିମିୟମ କେବଳ ଗୋଟିଏ ହିଁ ରହିବ । ତେବେ ପ୍ରିମିୟମ ମଧ୍ୟ ମାସିକ, ତ୍ରୟମାସିକ, ଛମାସିକ କିମ୍ବା ବାର୍ଷିକ ଜମା କରାଯାଇପାରିବେ। ବୟସ ବଢିବା ସହିତ ଏହି ପ୍ଲାନକୁ ପରିବର୍ତ୍ତନ ମଧ୍ୟ କରାଯାଇପାରିବ ଏବଂ ଇନକମ ଟାକ୍ସ ବେନିଫିଟ୍‌ ବି ମିଳିବ । ତେବେ ଏହି ପ୍ଲାନ ନେବା ପାଇଁ ସର୍ବନିମ୍ନ ବୟସ ରହିଛି ୧୮ ବର୍ଷ ଏବଂ ସର୍ବାଧିକ ୬୫ ବର୍ଷ ହୋଇଥିବା ଦରକାର । ଯଦି ଜଣେ ୧୮ ବର୍ଷର ବ୍ୟକ୍ତିବିଶେଷ ଏହି ପ୍ଲାନକୁ ୧୦ ବର୍ଷ ପାଇଁ ନିଅନ୍ତି ତେବେ ପଲିସି ୨୮ ବର୍ଷରେ ମ୍ୟାଚ୍ୟୁଅର ହେବ ।

publive-image

ସେହିପରି ୬୫ ବର୍ଷର ବ୍ୟକ୍ତି ବିଶେଷ ୧୦ ବର୍ଷ ପାଇଁ ପଲିସି ନେଲେ ତାହା ୭୫ ବର୍ଷରେ ମ୍ୟାଚ୍ୟୁଅର ହେବ । ଏହି ପିଲିସିରେ ବର୍ଷକୁ ମିନିମମ ପ୍ରମିୟମ ୩ ହଜାର ଟଙ୍କା ଏବଂ ସର୍ବାଧିକ ପ୍ରିମିୟମ ୯.୩୦ ଲକ୍ଷ ହେବ। ଏହି ପ୍ଲାନ ଆଧାରରେ ସମସ୍ତ ବେନିଫିଟ୍‌ ପ୍ରଦାନ କରାଯିବ ତଥା ଡେଥ ବେନିଫିଟ, କ୍ରିଟିକାଲ ଇଲନେସ ବେନିଫିଟ, ମ୍ୟାଚ୍ୟୁରିଟି ବେନିଫିଟ୍‌, ଇନକମ ଟାକ୍ସ ବେନିଫିଟ୍‌, ପ୍ରିମିୟମ ୱେଭର ବେନିଫିଟ୍‌ ଆଦି ସାମିଲ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe