Psychology Today
ନୂଆଦିଲ୍ଲୀ: ଟେଲିକମ୍ କଂପାନିଗୁଡ଼ିକଠାରୁ ଅସୁଲ କରାଯାଉଥିବା ସ୍ପେକ୍ଟ୍ରମ୍ ବ୍ୟବହାର ଶୁଳ୍କକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହା କଂପାନିଗୁଡ଼ିକର ଆର୍ଥିକ ସ୍ଥିତି ଦୃଢ଼ କରିବାରେ ବିଶେଷ ସହାୟକ ହେବ। ୨୦୧୦ ପରଠାରୁ ନିଲାମ ହୋଇଥିବା ସ୍ପେକ୍ଟ୍ରମ୍ ଉପରୁ ଏହି ଶୁଳ୍କ ସଂଗ୍ରହ କରାଯାଉଛି। ତେବେ ସରକାର ସ୍ପଷ୍ଟ କରିଛନ୍ତି ଯେ ୨୦୨୧ ସେପ୍ଟେମ୍ବର ୧୫ ପରେ ନିଲାମ ହୋଇଥିବା ସ୍ପେକ୍ଟ୍ରମ୍ ଉପରୁ ଏହି ଶୁଳ୍କ ସଂଗ୍ରହ କରାଯିବ ନାହିଁ। ସରକାରଙ୍କ ଏହି ନିର୍ଦେଶକୁ ଭାରତୀୟ ସେଲ୍ୟୁଲାର ଅପରେଟର ସଂଘ (ସିଓଏଆଇ) ସ୍ବାଗତ କରିଛି। ୫ଜି ମୋବାଇଲ୍ ସେବା ପାଇଁ ସ୍ପେକ୍ଟ୍ରମ୍ ନିଲାମ ହେବାକୁ ଆଉ କିଛି ଦିନ ବାକି ଥିବା ବେଳେ ଏହି ଶୁଳ୍କ ଉଚ୍ଛେଦ କରି ସରକାର ଟେଲିକମ୍ ଶିଳ୍ପକୁ ଆଶ୍ବସ୍ତି ପ୍ରଦାନ କରିଛନ୍ତି।
Follow Us