Image Courtesy of Zee News
ନୂଆଦିଲ୍ଲୀ: ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ନିୟମିତ ଯାତ୍ରୀବାହୀ ବିମାନ ଚଳାଇବାକୁ ସ୍ବଳ୍ପ ମୂଲ୍ୟର ଏୟାର୍ଲାଇନ୍ ସ୍ପାଇସ୍ଜେଟ୍କୁ ଗୁରୁବାର ଦିନ ‘ଇଣ୍ଡିଆନ୍ ସ୍କିଡ୍ୟୁଲ୍ଡ୍ କ୍ୟାରିଅର୍’ ଭାବେ ମନୋନୀତ କରାଯାଇଛି।
ଏକ ବିବୃତିରେ କମ୍ପାନି କହିଛି, ଆପଣମାନଙ୍କ ଅବଗତି ନିମନ୍ତେ ସୂଚାଇ ଦିଆଯାଉଛି ଯେ, ଭାରତ ସରକାର ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମଧ୍ୟରେ ବିମାନ ସେବା ଚୁକ୍ତି ଅଧାରରେ ସ୍ପାଇସ୍ଜେଟ୍କୁ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବିମାନ ଚଳାଇବାକୁ ‘ଇଣ୍ଡିଆନ୍ ସ୍କିଡ୍ୟୁଲ୍ଡ୍ କ୍ୟାରିଅର୍’ ଭାବେ ମନୋନୀତ କରାଯାଇଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏପର୍ଯ୍ୟନ୍ତ କେବଳ ରାଷ୍ଟ୍ରାୟତ ବିମାନ ଚଳାଚଳ ସଂସ୍ଥାନ ଏୟାର୍ ଇଣ୍ଡିଆ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବିମାନ ଚଳାଉଥିଲା। ଯୁକ୍ତରାଷ୍ଟ୍ର ଆମେରିକାକୁ ବିମାନ ଚଳାଇବାରେ ସ୍ପାଇସ୍ଜେଟ୍ ସ୍ବଳ୍ପ ମୂଲ୍ୟରେ ବିମାନ ସେବା ଯୋଗାଉଥିବା ପ୍ରଥମ ଭାରତୀୟ ବିମାନ ଚଳାଚଳ ସଂସ୍ଥା ହେବାର ଗୌରବ ହାସଲ କରିଛି। କିନ୍ତୁ, କେବେ ଏବଂ କେଉଁ କେଉଁ ସ୍ଥାନରୁ ବିମାନ ଯାତାୟାତ କରିବ ସେ ସମ୍ବନ୍ଧରେ ସ୍ପାଇସ୍ଜେଟ୍ କୌଣସି ସୂଚନା ଦେଇନାହିଁ।
Image Courtesy of Hindustan Timesସ୍ପାଇସ୍ଜେଟ୍ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦେଶକ ଅଜୟ ସିଂହ କହିଛନ୍ତି, ମୁଁ ସର୍ବଦା କହି ଆସିଛି ଯେ, ପ୍ରତି ପ୍ରତିକୂଳ ପରିସ୍ଥିତିରେ ସୁଯୋଗଟିଏ ଥାଏ। ସାମ୍ପ୍ରତିକ ସଙ୍କଟଜନକ ପରିସ୍ଥିତିରୁ ଜଣାପଡ଼ିଛି ଯେ, ସ୍ପାଇସ୍ଜେଟ୍ ଏହାର ମୁକାବିଲା କରି ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।
ସିଂହ ଆହୁରି କହିଛନ୍ତି, ମହାମାରୀ ସମୟରେ ସ୍ପାଇସ୍ଜେଟ୍ ୪୩୦୦ ମାଲବାହୀ ବିମାନ ଚଳାଇ ୨୪, ୦୦୦ ଟନ୍ ମାଲ୍ ପରିବହନ କରିଛି। ୪୦୦ରୁ ଅଧିକ ଚାର୍ଟର୍ ବିମାନ ଚଳାଇ ଅଟକି ରହିଯାଇଥିବା ହଜାର ହଜାର ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିଛି। ସଙ୍କଟ ସମୟରେ ସ୍ପାଇସ୍ଜେଟ୍ ଅବିରାମ କାମ କରିଛି ଏବଂ ଯେଉଁ ଉପାୟରେ ସମ୍ଭବ ଦେଶ ପାଇଁ ଅବଦାନ ଦେଇଛି।
Follow Us