ଉଡ଼ନ୍ତା ବିମାନରେ ଗୁରୁତର ହୋଇପଡ଼ିଲେ ଯାତ୍ରୀ; ଗ୍ୟାଙ୍ଗ୍‌ଟକ୍‌ରୁ ଦିଲ୍ଲୀ ଯାଉଥିବା ବିମାନ ବାରଣାସୀ ଆଡ଼େ ମୁହାଁଇଲା

ଝାରସୁଗୁଡ଼ାରୁ ସ୍ପାଇସ୍‌ଜେଟ୍ ଉଡ଼ାଣ ମାର୍ଚ ୩୧ରୁ

ନୂଆଦିଲ୍ଲୀ: ଉଡ଼ନ୍ତା ବିମାନରେ ଜରୁରିକାଳୀନ ଡାକ୍ତରୀ ଆବଶ୍ୟକତା ପଡ଼ିବାରୁ ଗ୍ୟାଙ୍ଗ୍‌ଟକ୍‌ରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍‌ଜେଟ୍‌ର ବିମାନ ଏସ୍‌ଜି ୮୮କୁ ଶୁକ୍ରବାର ଅଚାନକ ବାରଣାସୀ ଆଡ଼େ ନିଆଯାଇଥିଲା। ବିମାନ ଲ୍ୟାଣ୍ଡ୍‌ କରିବା ପରେ ଗୁରୁତର ଥିବା ଯାତ୍ରୀଙ୍କୁ ଏୟାର୍‌ଲାଇନ୍‌ ଦ୍ୱାରା ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇଥିଲା। ଡାକ୍ତରମାନେ କିିଛି ସମୟ ଚିକିତ୍ସା କରିବା ପରେ ଉକ୍ତ ଯାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଆବଶ୍ୟକ ପଡ଼ିବା କ୍ଷଣେ ସ୍ପାଇସ୍‌ଜେଟ୍‌ ପକ୍ଷରୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ପରେ ମଧ୍ୟ ଯାତ୍ରୀଙ୍କ ଜୀବନ ଚାଲିଯିବା ଘଟଣା ଏବେ ଦୁଃଖ ପାଲଟିଛି।

ଉଲ୍ଲେଖଯୋଗ୍ୟ, ସ୍ପାଇସ୍‌ଜେଟ୍‌ର ବିମାନ ଏସ୍‌ଜି ୮୮ ଶୁକ୍ରବାର ଗ୍ୟାଙ୍ଗ୍‌ଟକ୍‌ରୁ ଦିଲ୍ଲୀ ଗସ୍ତ କରୁଥିଲା। ଗସ୍ତ କାଳରେ ମଝି ଆକାଶରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ହଠାତ ଖରାପ ହୋଇଗଲା। ପାଇଲଟ୍‌ ଆଉ କିଛି ଚିନ୍ତା ନକରି ବିମାନକୁ ସିଧା ବାରଣାସୀ ଆଡ଼େ ମୁହାଁଇଥିଲେ। ଯାତ୍ରୀ ଜଣକ ବିଦେଶୀ ବୋଲି ଜାଣିବାକୁ ମିଳିଛି। ତେବେ କେଉଁ କାରଣରୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଏପରି ହଠାତ ବିଗିଡ଼ି ଗଲା ତାହା ସ୍ପଷ୍ଟ ହୋଇନାହିଁ। ଯାତ୍ରୀଙ୍କ ଶରୀର ବ୍ୟବଚ୍ଛଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିବ। ତେବେ ଏହି ଘଟଣାର ତଦନ୍ତ ଏବେ ଜୋର୍‌ ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe