ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ ‘ସିପ୍ଲେନ୍‌’ ସେବା ଶୁଭାରମ୍ଭ କରିବା ପରେ ୩୦୦୦ ବୁକିଙ୍ଗ୍ ପାଇଛି ‘ସ୍ପାଇସ୍‌ଜେଟ୍‌’

ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ ‘ସିପ୍ଲେନ୍‌’ ସେବା ଶୁଭାରମ୍ଭ କରିବା ପରେ ୩୦୦୦ ବୁକିଙ୍ଗ୍ ପାଇଛି ‘ସ୍ପାଇସ୍‌ଜେଟ୍‌’

Image Courtesy of Zee News

ନୂଆଦିଲ୍ଲୀ: ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ ‘ସିପ୍ଲେନ୍‌’ ସେବା ଶୁଭାରମ୍ଭ କରିବାର ଅଳ୍ପ ସମୟ ପରେ ‘ସାବରମତୀ ରିଭର୍‌ଫ୍ରଣ୍ଟ୍‌’ ଏବଂ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ରୁଟ୍‌ ପାଇଁ ପ୍ରାୟ ୩୦୦୦ ବୁକିଙ୍ଗ୍ ହୋଇଥିବା କଥା ‘ସ୍ପାଇସ୍‌ଜେଟ୍‌’ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅଜୟ ସିଂହ କହିଛନ୍ତି।

ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଦେଶର ପ୍ରଥମ ‘ସିପ୍ଲେନ୍‌’ ସେବା ଉଦ୍‌ଘାଟନ କରିଥିଲେ। ଗଣମାଧ୍ୟମକୁ ଅଜୟ ସିଂହ କହିଛନ୍ତି, ଏହି ବିମାନ ଚଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଆମକୁ ଖୁବ୍ ଉତ୍ସାହିତ କରିଥିଲେ। ଆଜି ସେ ଏହି ବିମାନକୁ ଉଦ୍‌ଘାଟନ କରିବା ସହ ଆମର ପ୍ରଥମ ଯାତ୍ରୀ ମଧ୍ୟ ହୋଇଥିଲେ। ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସହ ଅହମଦାବାଦକୁ ସଂଯୋଗ କରିବାରେ ଏହା ହେଉଛି ଦେଶର ପ୍ରଥମ ‘ସିପ୍ଲେନ୍‌’ ସେବା। ଏହି ବିମାନରେ ଦୁଇଜଣ ପାଇଲଟ୍‌ ଓ ଜଣେ ପରିଚାରକଙ୍କ ସହ ୧୫ଜଣ ଯାତ୍ରୀ ଯାତ୍ରା କରିପାରିବେ।

publive-image Image Courtesy of The Indian Express

‘ସିପ୍ଲେନ୍‌’ ସାଧାରଣ ବିମାନ ପରି ନୁହେଁ। ଏହା ଅଳ୍ପ ଉଚ୍ଚରେ ଉଡ଼ି ପାରୁଥିବାରୁ ଯାତ୍ରୀମାନେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପାଖରେ ଥିବା ସୌନ୍ଦର୍ଯ୍ୟ ଦେଖି ପାରିବେ। ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିବାକୁ ସେମାନେ ବିମାନରେ ଥାଇ ସୁନ୍ଦର ଫଟୋ ଉଠାଇ ପାରିବେ।

ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସହ ଅନ୍ୟ ସହରମାନଙ୍କୁ ସଂଯୋଗ କରିବାକୁ ଚେଷ୍ଟା କରିବୁ। ଆମର ପ୍ରଥମ ଉଦ୍ୟମ ହେବ ସୁରତକୁ ସଂଯୋଗ କରିବା। ଏହି ବିମାନରେ ଯାତ୍ରା କରିବାକୁ (ୱାନ୍‌-ୱେ) ୧୫୦୦ରୁ ୫୦୦୦ ଟଙ୍କା ଭଡ଼ା ଲାଗିବ। ‘ଉଡ଼ାନ୍‌’ ଯୋଜନା‌ରେ ଏହି ବିମାନର ୩୦% ସିଟ୍‌ର ଭଡ଼ା ରହିବ ୧୫୦୦ ଟଙ୍କା। ଅବଶିଷ୍ଟ ସିଟ୍‌ ଭଡ଼ା ବଜାର ଚାହିଦା ଅନୁସାରେ ଧାର୍ଯ୍ୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe