Image Courtesy: Et Times
ନୂଆଦିଲ୍ଲୀ: ଘରୋଇ ବିମାନ କଂପାନି ସ୍ପାଇସ୍ଜେଟ୍ ରାନ୍ସମ୍ଓୟାର ଆକ୍ରମଣର ଶିକାର ହୋଇଥିଲା। ସେଥିପାଇଁ ଆଜି ସକାଳ ପ୍ରହରରେ କଂପାନିର ବହୁ ବିମାନର ଉଡ଼ାଣ ବିଳମ୍ବିତ ହୋଇଥିଲା। ଦେଶର ବିଭିନ୍ନ ବିମାନବନ୍ଦରରେ ଏହାର ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ମଙ୍ଗଳବାର ରାତିରେ ଏହି ଭାଇରସ୍ ଆକ୍ରମଣ ହୋଇଥିବାରୁ ସକାଳ ପ୍ରହରରେ ହେବାକୁ ଥିବା ବିମାନଗୁଡ଼ିକର ଉଡ଼ାଣ ପ୍ରଭାବିତ ହୋଇଥିଲା। କଂପାନିର ଆଇଟି ଟିମ୍ ବ୍ୟବସ୍ଥାରେ ସୁଧାର ଆଣିବା ପରେ ଉଡ଼ାଣ ସ୍ବାଭାବିକ ହୋଇଥିଲା। ଅପେକ୍ଷାରତ ଯାତ୍ରୀମାନେ ଉଡ଼ାଣ ବିଳମ୍ବର କାରଣ ସମ୍ପର୍କରେ ଜାଣିବାକୁ ଚାହିବାରୁ ସର୍ଭର ଡାଉନ୍ ଥିବା ସେମାନଙ୍କୁ କୁହାଯାଇଥିଲା।
Follow Us