ମୋବାଇଲରେ ଚାର୍ଜ ନାହିଁ କି? ପାଖରେ ସ୍ପ୍ଲେଣ୍ଡର ଥିଲେ ସବୁ ସମ୍ଭବ

Advertisment
ନୂଆବର୍ଷରୁ ବଢିପାରେ ହିରୋ ବାଇକର ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ ହିରୋ ସ୍ପ୍ଲେଣ୍ଡର ଏହାର ୨୫ ବର୍ଷ ପୂରା କରିଛି। ଏହି ମଉକାରେ କମ୍ପାନି ନିଜର ଲୋକପ୍ରିୟ ବାଇକରେ ୨୫ ତମ ସ୍ୱତନ୍ତ୍ର ଆନିଭର୍ସାରି ଏଡିସନକୁ ଲଞ୍ଚ କରିଛି । କମ୍ପାନୀ ଏହି ସ୍ୱତନ୍ତ୍ର ସିରିଜର ମୂଲ୍ୟ ୫୬ ହଜାର ୬୦୦ ଟଙ୍କା ରଖାଯାଇଛି। ଏବେକାର ମଡେଲଠାରୁ ଏହି ମଡେଲ ୩୫୪୦ ଟଙ୍କା ଅଧିକ ରହିଛି । ଏହି ନୂଆ ଭେରିଆଣ୍ଟରେ ମୋବାଇଲ ଚାର୍ଜ କରିବା ପାଇଁ ସକେଟର ବ୍ୟବସ୍ଥା ହୋଇଛି, ଯାହାକି ହ୍ୟାଣ୍ଡେଲ ପାଖରେ ଲଗାଯାଇଛି।

ସେହିପରି ନୂଆ ବ୍ଲାକ ମ୍ୟାଟ ଆଲୟ ହ୍ୱିଲ ସହ ଟ୍ୟୁବଲେସ ଟାୟାର୍ସ ସହ ଇଂଟିଂଗ୍ରେଟେଡ଼ ବ୍ରେକିଙ୍ଗ ସିଷ୍ଟମ ସହ ହେଲଜିନ ହେଡଲେମ୍ପ ଲଗାଯାଇଛି। କମଳା ଓ ସୁନେଲି ଭଳି ନୂଆ ରଙ୍ଗରେ ଏହି ବାଇକ ଉପଲବ୍ଧ ହେବ। ବଡ କଥା ହେଉଛି ଇଂଜିନରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏଥିରେ ପୂର୍ବ ଭଳି ୯୭.୨ ସିସିର ସିଂଗିଲ ସିଲିଣ୍ଡର ଦିଆଯାଇଥିବାବେଳେ ୪ ସ୍ପିଡ଼ ଗିୟରବକ୍ସ ଦିଆଯାଇଛି । ବାଇକରେ ଫ୍ରଣ୍ଟ ଓ ରିୟାର ଡ୍ରମ ବକ୍ସ ଦିଆଯାଇଛି । ଡିସ୍କ ବ୍ରେକ ଦିଆଯାଇନଥିବାବେଳେ ଖୁବଶୀଘ୍ର ଏହା ସୋରୁମରେ ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe