‘ଷ୍ଟାର୍ଟଅପ୍‌ ଇଣ୍ଡିଆ ଯାତ୍ରା’ ୩୦ରୁ

Advertisment
ଦେଶର ଶ୍ରେ‌ଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୨ ଷ୍ଟାର୍ଟଅପ୍, ୧୭ଟି ଷ୍ଟାର୍ଟଅପ୍‌ର ସମୀକ୍ଷା

Print

ଭୁବନେଶ୍ୱର: ଷ୍ଟାର୍ଟଅପ୍‌ ଇଣ୍ଡିଆ ପକ୍ଷରୁ ଷ୍ଟାର୍ଟଅପ୍‌ ଓଡ଼ିଶା ଓ କିଟ୍‌ର ସହଯୋଗରେ ‘ଷ୍ଟାର୍ଟଅପ୍‌ ଇଣ୍ଡିଆ ଯାତ୍ରା-ଓଡ଼ିଶା’ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ। ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯାତ୍ରାର ଶୁଭାରମ୍ଭ କରିବେ। ୨୦ ଦିନ ମଧ୍ୟରେ ରାଜ୍ୟର ୧୫ଟି ସହରର ୪୦ଟି ଅନୁଷ୍ଠାନକୁ ଏହି ଭ୍ୟାନ୍‌ ଯିବ। ଏଥିରେ ଷ୍ଟାର୍ଟଅପ୍‌ ସମ୍ପର୍କିତ ଆବଶ୍ୟକ ସମସ୍ତ ସୁବିଧା ରହିଛି। ଲୋକଙ୍କୁ ଯାତ୍ରା ସମୟରେ ୧୦ଟି ପ୍ରମୁଖ ଅନୁଷ୍ଠାନରେ କର୍ମଶାଳା ଆୟୋଜନ କରାଯିବ। ଏହି ଯାତ୍ରାର ମୁଖ୍ୟ ଲକ୍ଷ୍ୟ ହେଲା ଓଡ଼ିଶାରେ ଉଦ୍ୟୋଗୀ ସଂସ୍କୃତିର ପ୍ରଚାର କରିବା, ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ତାଙ୍କ ଚିନ୍ତାଧାରାକୁ ସୁହାଇଲା ପରି ପରାମର୍ଶ ଦେବା। ନୂଆ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ ଦିଗରେ ଏହି ଯାତ୍ରା ଏକ ମାଧ୍ୟମ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe