ଷ୍ଟେଟ ବ୍ୟାଙ୍କ ଇକୋରାପ୍ ରିପୋର୍ଟ‌: ଅର୍ଥନୀତିକୁ କରୋନା ପୁଣି ବିଗାଡ଼ିବ, ଜିଡିପି ବିଯୁକ୍ତ ୮%କୁ ଖସିବ

Advertisment
ବିଶ୍ବ ଅର୍ଥନୀତିକୁ ମାଡ଼ିଆସୁଛି ମାନ୍ଦାବସ୍ଥା

cfo india

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଗତକାଲି ଚଳିତ ଆର୍ଥିକ ବର୍ଷ ପାଇଁ ଦେଶର ତୃତୀୟ ଚଉଠ ଜିଡିପି ଅଭିବୃଦ୍ଧି ରିପୋର୍ଟ ପ୍ରକାଶ ପାଇଥିଲା। କ୍ରମାଗତଭାବେ ଦୁଇଟି ତ୍ରୟମାସରେ ଜିଡିପି ଋଣାତ୍ମକ ଥିବାବେଳେ ତୃତୀୟ ତ୍ରୟମାସରେ ଏଥିରେ ସୁଧାର ଆସି ୦.୪ ପ୍ରତିଶତ ରହିଥିଲା। ତେଣୁ ଅର୍ଥନୀତି ଉପରୁ କରୋନାର କଳାବାଦଲ ଆଗାମୀ ଦିନରେ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ଆଶା କରାଯାଉଥିଲା। କିନ୍ତୁ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌ର ଇକୋରାପ୍‌ ରିପୋର୍ଟ ଏହି ଆଶାକୁ ନିରାଶାରେ ପରିଣତ କରିଦେଇଛି। ଦେଶରେ କରୋନା ସଂକ୍ରମଣ ଗତ କିଛିଦିନ ହେଲା ବୃଦ୍ଧି ପାଉଛି। ଏଥିଯୋଗୁ ଲୋକଙ୍କ ଯାତାୟାତ ସମେତ ବ୍ୟବସାୟ ବାଣିଜ୍ୟ ଉପରେ ମଧ୍ୟ କଟକଣା ବିଭିନ୍ନ ସ୍ଥାନରେ ଲାଗୁ କରାଯାଉଛି। ଅର୍ଥନୀତି ସୁଧୁରି ଆସୁଥିବାବେଳେ ଏବେ ଏପ୍ରକାର କଟକଣା ଚିନ୍ତା ବଢ଼ାଇଛି।

ପୂର୍ବରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ବିଯୁକ୍ତ ୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ଏହା ବିଯୁକ୍ତ ୮ ପ୍ରତିଶତକୁ ଖସିବ ବୋଲି ନୂଆ ଆକଳନରେ କୁହାଯାଇଛି। ତେବେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ପ୍ରାୟ ୧୧ ପ୍ରତିଶତ ଏବଂ ମୁଦ୍ରାସ୍ଫୀତିକୁ ବିଚାରକୁ ନନେ‌ଲେ ଜିଡିପି ଅଭିବୃଦ୍ଧି ହାର ୧୫ ପ୍ରତିଶତ ରହିବ ବୋଲି କୁହାଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରୁପ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟ କାନ୍ତି ଘୋଷଙ୍କ ନେତୃତ୍ବରେ ଏହି ରିପୋର୍ଟ ପ୍ରକାଶ ପାଇଛି। ବିଶେଷକରି କରୋନା ସଂକ୍ରମଣ ବୃଦ୍ଧି ପାଇବା କାରଣରୁ ବିଭିନ୍ନ ସ୍ଥାନରେ ପୁଣି ଲକଡାଉନ୍‌ ଲାଗୁ ହେବାର ବିପଦ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe