ଋଣ, ଜମା ସୁଧ କମାଇଲା ଷ୍ଟେଟ୍ ବ୍ୟାଙ୍କ

Advertisment
ପ୍ରତିଦିନ ବିଦେଶୀ ଅର୍ଥର ତଥ୍ୟ ଦାଖଲ କରିବ ଷ୍ଟେଟ୍‌ ବ୍ୟାଙ୍କ

zeenews

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ଋଣ ଏବଂ ମିଆଦୀ ଜମା ସୁଧ ହାର ହ୍ରାସ ଘୋଷଣା କରିଛି। ଋଣ ସୁଧ ବା ଏମ୍‌ସିଏଲ୍‌ଆର୍‌କୁ ବ୍ୟାଙ୍କ ୦.୦୫ ପ୍ରତିଶତ ହ୍ରାସ କରିଛି। ଏଥିଯୋଗୁଁ ବ୍ୟାଙ୍କର ଏକ ବର୍ଷିଆ ଏମସିଏଲଆର ୭.୯୦%ରୁ ୭.୮୫%କୁ ହ୍ରାସପାଇଛି। ସେହିଭଳି ବ୍ୟାଙ୍କ ଏହାର ମିଆଦୀ ଜମା ଉପରେ ସୁଧ ହାର ହ୍ରାସ ଘୋଷଣା କରିଛି। ୨ ଲକ୍ଷ ଟଙ୍କାରୁ କମ୍ ବିଶିଷ୍ଟ ମିଆଦୀ ଜମା ଉପରେ ସୁଧ ହାର ୦.୧%ରୁ ୦.୫%କୁ କମାଇଥିବାବେଳେ ୨ କୋଟିରୁ ଅଧିକ ଜମା ଉପରେ ସୁଧ ହାର ୦.୨୫%ରୁ ୦.୫୦ ପ୍ରତିଶତ ହ୍ରାସ ଘୋଷଣା କରିଛି। ଉଭୟ ଋଣ ଏବଂ ଜମା ସୁଧ ହାରରେ ପରିବର୍ତ୍ତନ ଚଳିତମାସ ୧୦ ତାରିଖରୁ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଗତକାଲି ଏହାର ରେପୋ ହାରକୁ ୫.୧୫%ରେ ଅପରିବର୍ତ୍ତିତ ରଖିଥିଲେ ମଧ୍ୟ ଷ୍ଟେଟ ବ୍ୟାଙ୍କ ଏହାର ଜମା ଏବଂ ଋଣ ସୁଧ ହ୍ରାସ କରିଛି। ସେହିଭଳି କାନାରା ବ୍ୟାଙ୍କ ମଧ୍ୟ ଏହାର ଋଣ ସୁଧ ହାରରେ ହ୍ରାସ ଘୋଷଣା କରିଛି। ୬ ମାସ ପର୍ଯ୍ୟନ୍ତ ଋଣ ଉପରେ ବ୍ୟାଙ୍କ ସୁଧ ହାର ୦.୨୫% ହ୍ରାସ କରିଥିବାବେଳେ ୧ ବର୍ଷ ପର୍ଯ୍ୟନ୍ତ ସୁଧ ହାର ୦.୧୫ ପ୍ରତିଶତ ହ୍ରାସ ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe