Advertisment

State Bank Of India: ଷ୍ଟେଟ୍‌ ବ୍ୟାଙ୍କ ଚତୁର୍ଥ ବଡ଼ ମୂଲ୍ୟବାନ ସଂସ୍ଥା, ପଛରେ ପଡ଼ିଲା ଟିସିଏସ୍‌

Advertisment

ପୁଞ୍ଜି ବଜାର ମୂଲ୍ୟ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏହା ସଫ୍ଟୱେର କମ୍ପାନି ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)କୁ ପଛରେ ପକାଇ ଦେଶର ଚତୁର୍ଥ ବଡ଼ ମୂଲ୍ୟବାନ କମ୍ପାନି ଭାବେ ଉଭା ହୋଇଛି।

11bbs_77_11022026_112

ନୂଆଦିଲ୍ଲୀ: ପୁଞ୍ଜି ବଜାର ମୂଲ୍ୟ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏହା ସଫ୍ଟୱେର କମ୍ପାନି ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)କୁ ପଛରେ ପକାଇ ଦେଶର ଚତୁର୍ଥ ବଡ଼ ମୂଲ୍ୟବାନ କମ୍ପାନି ଭାବେ ଉଭା ହୋଇଛି। ‌ଷ୍ଟେଟ୍‌ ବ୍ୟାଙ୍କର ବଜାର ପୁଞ୍ଜି ମୂଲ୍ୟ ୧୦.୯୨ ଲକ୍ଷ କୋଟି ଟଙ୍କା ହୋଇଛି ଯାହା ଟିସିଏସ୍‌ର ବଜାର ପୁଞ୍ଜି ମୂଲ୍ୟ ୧୦.୫୨ ଲକ୍ଷ କୋଟି ଟଙ୍କାଠାରୁ ଅଧିକ।

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ୧୯.୮୭ ଲକ୍ଷ କୋଟି ଟଙ୍କାର ମୂଲ୍ୟାୟନ ସହ ପ୍ରଥମ ସ୍ଥାନରେ ରହିଛି। ଏହା ପଛକୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୧୪.୧୬ ଲକ୍ଷ କୋଟି ଟଙ୍କା ସହ ଦ୍ବିତୀୟ ଓ ଭାରତୀ ଏୟାରଟେଲ୍‌ ୧୧.୪୭ ଲକ୍ଷ କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe