ସିଆଇଏସ୍ଏଫ୍‌କୁ ଷ୍ଟେଟ୍‌ ବ୍ୟାଙ୍କ‌ ଦେଲା କୋଭିଡ୍‌ ସୁରକ୍ଷା ସାମଗ୍ରୀ

Advertisment
ସିଆଇଏସ୍ଏଫ୍‌କୁ ଷ୍ଟେଟ୍‌ ବ୍ୟାଙ୍କ‌ ଦେଲା କୋଭିଡ୍‌ ସୁରକ୍ଷା ସାମଗ୍ରୀ

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସିଆଇଏସ୍ଏ‌ଫ୍‌ରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସାନିଟାଇଜର୍‌, ‌ମାସ୍କ, ଫେସ୍ ସିଲ୍ଡ ଓ ହାଣ୍ଡ୍ ଗ୍ଲୋଭସ୍‌ ଆଦି କୋଭିଡ୍‌ ସୁରକ୍ଷା ସାମଗ୍ରୀ ଦିଆଯାଇଛି। ବ୍ୟାଙ୍କ ତରଫରୁ ଉପ ମହାପ୍ରବନ୍ଧକ ଏବଂ ମଣ୍ଡଳ ଅଧିକାରୀ ଅନୁପ କୁମାର ସିହ୍ନା , ସହାୟକ ମହାପ୍ରବନ୍ଧକ ଏଉଦୀଥ ଏକ୍କା ଏବଂ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ସାମଗ୍ରୀ ହସ୍ତାନ୍ତର କରିଥିଲେ। ସିଆଇଏସଏଫ ତରଫରୁ ସିନିୟର କମାଣ୍ଡାଣ୍ଟ୍‌ ସୁଧୀର କୁମାର ସାମଗ୍ରୀଗୁଡିକୁ ଗ୍ରହଣ କରିଥିଲେ ଏବଂ ଅନ୍ୟ ଅଧିକାରୀ ଯଥା ଇନ୍ସପେକ୍ଟର ବି କେ ପ୍ରଧାନ, ଚକ୍ରବର୍ତୀ ମଧ୍ୟ ଉପସ୍ଥିତ ଥିଲେ। କୋଭିଡ୍‌ ନିୟମ ଏବଂ ସାମାଜିକ ଦୂରତା ନିୟମକୁ କଡାକଡି ଭାବେ ପାଳନ କରଯାଇ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe