State Bankers Committee Meeting: ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ: ଦାବିଦାର ନଥିବା ଜମାରାଶି ଫେରାଅ, ଏମ୍ଏସ୍‌ଏମ୍ଇ କ୍ଷେତ୍ରକୁ ଋଣ ଦିଅ

ଲୋକମାନଙ୍କ ସୁବିଧା ଲାଗି ସିକେୱାଇସି ବ୍ୟବହାର କରିବାକୁ ରାଜ୍ୟରେ କାରବାର କରୁଥିବା ସବୁ ବ୍ୟାଙ୍କଗୁଡ଼ିକୁ ସରକାର ପରାମର୍ଶ ଦେଇଛନ୍ତି। ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୮୧ ବୈଠକକୁ ସମ୍ବୋଧିତ କରି ଅର୍ଥ ବିଭାଗର....

fhsfhfshfhfs

ଭୁବନେଶ୍ବର: ଲୋକମାନଙ୍କ ସୁବିଧା ଲାଗି ସିକେୱାଇସି ବ୍ୟବହାର କରିବାକୁ ରାଜ୍ୟରେ କାରବାର କରୁଥିବା ସବୁ ବ୍ୟାଙ୍କଗୁଡ଼ିକୁ ସରକାର ପରାମର୍ଶ ଦେଇଛନ୍ତି। ସୋମବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୮୧ ବୈଠକକୁ ସମ୍ବୋଧିତ କରି ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ବାର୍ଷିକ ଋଣ ଯୋଜନାର ଲକ୍ଷ୍ୟ ହାସଲ ଓ ରାଜ୍ୟରେ ଋଣ ଜମା ଅନୁପାତରେ ଉନ୍ନତି ଆଣିବା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ) ଓ ଦାବି ଦାଖଲ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଥିଲେ। କିଷାନ କ୍ରେଡିଟ୍ କାର୍ଡ (କେସିସି) ପରିମାଣ ବଢ଼ାଇବା ଏବଂ ଶିକ୍ଷା, ଗୃହ, ରପ୍ତାନି, ଏସ୍‌ଏଚ୍‌ଜି କ୍ଷେତ୍ରକୁ ଅଧିକ ଋଣ ଦେବାକୁ ସେ କହିଥିଲେ। 

ସବୁ ବ୍ୟାଙ୍କ ସିକେୱାଇସି ବ୍ୟବହାର କରନ୍ତୁ
ଏମ୍ଏସ୍‌ଏମ୍ଇ କ୍ଷେତ୍ରକୁ ଋଣ ଦିଅ

ବ୍ୟାଙ୍କରେ ଦାବିଦାର ନଥିବା ଜମାରାଶିକୁ ସରକାରଙ୍କ ସମେତ ଗ୍ରାହକଙ୍କ ଯୋଗ୍ୟ ହିତାଧିକାରୀଙ୍କୁ ଫେରାଇବା ଲାଗି ଉଦ୍ୟମ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଶାରଦା ପ୍ରସନ୍ନ ମହାନ୍ତି କହିଥିଲେ। ଏମ୍ଏସ୍‌ଏମ୍ଇ ବିଭାଗର ସଚିବ ପ୍ରଶାନ୍ତ କୁମାର ରେଡ୍ଡି ବ୍ୟାଙ୍କଗୁଡ଼ିକୁ ଏମ୍ଏସ୍‌ଏମ୍ଇ କ୍ଷେତ୍ରକୁ ଅଧିକ ଋଣ ଦେବାକୁ କହିଥିଲେ। ବିଶେଷ କରି ପିଏମ୍‌ଇଜିପି, ପିଏମ୍ଏଫ୍‌ଏମ୍‌ଇ, ପିଏମ୍‌ଏମ୍‌ୱାଇ, ଷ୍ଟାଣ୍ଡ୍‌ଅପ୍ ଇଣ୍ଡିଆ ଓ ପିଏମ୍‌-ବିଶ୍ବକର୍ମା ସ୍କିମ୍‌ ଅଧୀନରେ ଋଣ ଦେବାକୁ ସେ ପରାମର୍ଶ ଦେଇଥିଲେ। ଶିଳ୍ପ ନିର୍ଦ୍ଦେଶକ ଆବୋଲି ସୁନିଲ ନରବନେ ପିଏମ୍‌ଇଜିପି ଓ ପିଏଫ୍ଏଫ୍‌ଏମ୍‌ଇ ଉପରେ ଆଲୋକପାତ କରିଥିଲେ। 
ଏହି ଅବସରରେ ଏସ୍‌ଏଲ୍‌ବିସି ଓଡ଼ିଶାର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ଇଡି ରାଜେନ୍ଦ୍ର କୁମାର ସାବୋ ସୂଚନା ଦେଇଥିଲେ ଯେ ୨୦୨୫-୨୬ ପାଇଁ ଧାର୍ଯ୍ୟ କରାଯାଇଥିବା ୨.୫୨ ଲକ୍ଷ କୋଟି ଟଙ୍କାର ବାର୍ଷିକ ଋଣ ଯୋଜନା ମଧ୍ୟରୁ ଚଳିତ ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା ୧.୨୦ ଲକ୍ଷ କୋଟି ଟଙ୍କାର ଋଣ ଦିଆଯାଇଛି। ଫଳ‌ରେ ନିର୍ଧାରିତ ଲକ୍ଷ୍ୟର ୪୭.୬୫ ପ୍ରତିଶତ ହାସଲ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe