ରାଜ୍ୟରେ ସିଏସ୍‌ଆର୍‌ ବ୍ୟୟ ୧୪୨୬ କୋଟି

ରାଜ୍ୟରେ ସିଏସ୍‌ଆର୍‌ ବ୍ୟୟ ୧୪୨୬ କୋଟି

ଭୁବନେଶ୍ୱର: ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ କମ୍ପାନି ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ଅଧୀନରେ ୧୪୨୬ କୋଟି ଟଙ୍କା ବ୍ୟୟ କରିଛନ୍ତି। ତେବେ ଏହି ମୋଟ ବ୍ୟୟର ସିଂହଭାଗ ଅର୍ଥ ସେମାନେ ରାଜ୍ୟର ମାତ୍ର ୧୦ଟି ଜିଲ୍ଲାରେ ଖର୍ଚ କରିଛନ୍ତି। ତେଣୁ ରାଜ୍ୟର ପଛୁଆ ଜିଲ୍ଲା ଗୁଡ଼ିକରେ ସିଏସ୍‌ଆର୍‌ ବାବଦ ଅର୍ଥ ଖର୍ଚ କରିବାକୁ କମ୍ପାନି ଗୁଡ଼ିକୁ ସରକାରଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟ ସରକାର ‘ଗୋ କେୟାର’ ପୋର୍ଟାଲରେ ସିଏସ୍‌ଆର୍‌ ବ୍ୟୟ ସମ୍ପର୍କରେ ସୂଚନା ପ୍ରଦାନ କରିଥାନ୍ତି। ଏଥିରୁ ଜଣାଯାଇଛି ଯେ, ୨୦୧୪ ଏପ୍ରିଲରୁ ୨୦୧୭ ଡିସେମ୍ବର ସୁଦ୍ଧା ୫୦ଟି କମ୍ପାନି ଓ ୩୬ଟି ଖଣି ଲିଜ୍‌ଧାରୀ ରାଜ୍ୟରେ ମୋଟ ୧୪୨୬ କୋଟି ବ୍ୟୟ କରିଛନ୍ତି। ମୋଟ ଅର୍ଥର ୯୩ ପ୍ରତିଶତ କେବଳ ୧୦ଟି ଜିଲ୍ଲାରେ ବ୍ୟୟ କରାଯାଇଛି। ବ୍ୟୟ ହୋଇଥିବା ସମୁଦାୟ ଅର୍ଥ ମଧ୍ୟରୁ ୮୭ ପ୍ରତିଶତ ଅର୍ଥ କେବଳ ଶିକ୍ଷା ଓ ଦକ୍ଷତା ବିକାଶ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟୟ ହୋଇଛି। ବିଭିନ୍ନ ଜିଲ୍ଲାରେ ସିଏସ୍‌ଆର୍‌ ଅର୍ଥ ବ୍ୟୟ କରିବା କ୍ଷେତ୍ରରେ ବ୍ୟାପକ ତାରତମ୍ୟ ପରିଲକ୍ଷିତ ହୋଇଛି। ତେଣୁ ନିୟମିତ ଭାବେ ପାଣ୍ଠି ବ୍ୟୟ ନେଇ ସମୀକ୍ଷା କରାଯିବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe