ରାଜ୍ୟ ରାଜସ୍ୱ ଆଦାୟରେ ୨୨% ବୃଦ୍ଧି

Advertisment
ରାଜ୍ୟ ରାଜସ୍ୱ ଆଦାୟରେ ୨୨% ବୃଦ୍ଧି

ଭୁବନେଶ୍ୱର, ରାଜ୍ୟ ସରକାର ଚଳିତ ବର୍ଷ ଜାନୁଆରି ସୁଦ୍ଧା ୨୭୮୯୪ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି। ଗତବର୍ଷ ତୁଳନାରେ ଏହା ୨୨% ଅଧିକ। ଗତବର୍ଷ ଏହି ସମୟରେ ରାଜ୍ୟର ରାଜସ୍ୱ ଆଦାୟ ପରିମାଣ ୨୨୮୯୫ କୋଟି ଟଙ୍କା ଥିଲା। ରାଜ୍ୟର ନିଜସ୍ୱ ଟିକସ ଆଦାୟ ପରିମାଣ ୨୭% ବୃଦ୍ଧି ପାଇ ୨୧୯୫୯ କୋଟି ଟଙ୍କା ହୋଇଥିବା ବେଳେ ଅଣ ଟିକସ ରାଜସ୍ୱ ପରିମାଣ ୭% ବୃଦ୍ଧି ସହିତ ୫୯୩୪ କୋଟି ଟଙ୍କା ହୋଇଛି। ଖଣିରୁ ରାଜସ୍ୱ ଆଦାୟ ପରିମାଣ ଗତବର୍ଷ ତୁଳନାରେ ୩୭% ବୃଦ୍ଧି ପାଇ ୪୬୯୮ କୋଟି ଟଙ୍କା ହୋଇଛି। ଆଜି ସଚିବାଳୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନର ସମୀକ୍ଷା କରାଯିବା ପରେ ଏହି ତଥ୍ୟ ଜାରି କରାଯାଇଛି।ସମୀକ୍ଷାରୁ ଜଣାପଡ଼ିଛି ଯେ ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସ୍କିମ୍‌ରେ ମୋଟ ବଜେଟ୍‌ ବ୍ୟବହାର ପରିମାଣ ୮୫% ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରି ସୁଦ୍ଧା ମୋଟ କାର୍ଯ୍ୟକ୍ରମ ଖର୍ଚ ପରିମାଣ ୩୬,୭୫୬ କୋଟି ଟଙ୍କା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe