ରାଜ୍ୟ ଷ୍ଟାର୍ଟଅପ୍‌ଙ୍କୁ ମିଳିପାରେ ନିବେଶକ ଡ୍ରାପ୍‌ରଙ୍କ ପାଣ୍ଠି

Advertisment

ଭୁବନେଶ୍ବରରେ ‘ଡ୍ରାପର ଷ୍ଟାର୍ଟଅପ୍ ହାଉସ୍‌’ ଖୋଲିବାକୁ ପ୍ରସ୍ତାବ

ଭୁବନେଶ୍ବରରେ ‘ଡ୍ରାପର ଷ୍ଟାର୍ଟଅପ୍ ହାଉସ୍‌’ ଖୋଲିବାକୁ ପ୍ରସ୍ତାବ

ରାଜ୍ୟ ଷ୍ଟାର୍ଟଅପ୍‌ଙ୍କୁ ମିଳିପାରେ ନିବେଶକ ଡ୍ରାପ୍‌ରଙ୍କ ପାଣ୍ଠି

ଭୁବନେଶ୍ବର: ଟେସ୍‌ଲା, ସ୍ପେସ୍‌ଏକ୍ସ, ହଟ୍‌ମେଲ୍‌, ସ୍କାଏପେ ଭଳି ସଂସ୍ଥାରେ ଥିବା ସମ୍ଭାବନାକୁ ଆଗୁଆ ଚିହ୍ନଟ କରି‌ ସେଥିରେ ନିବେଶ କରିଥିବା କୋଟିପତି ଟିମ୍ ଡ୍ରାପର ଓଡ଼ିଶା ଗସ୍ତରେ ଆସିଛନ୍ତି। ବିଶ୍ବର ଏହି ଚର୍ଚ୍ଚିତ ଭେଞ୍ଚର କ୍ୟାପିଟାଲିଷ୍ଟ୍‌ଙ୍କ ୨୫ଟି ସହରରେ ‘ଡ୍ରାପର ଷ୍ଟାର୍ଟଅପ୍ ହାଉସ୍‌’ ରହିଛି ଯାହା ଉଦୀୟମାନ ଷ୍ଟାର୍ଟଅପ୍‌ଗୁଡ଼ିକୁ ଚିହ୍ନଟ କରି ସେଥିରେ ପୁଞ୍ଜିନିବେଶ କରୁଛି। ଭାରତର ବେଙ୍ଗାଲୁରୁ ସହରରେ ଗୋଟିଏ ଡ୍ରାପର ଷ୍ଟାର୍ଟଅପ୍ ହାଉସ୍‌ ରହିଛି। ଏଭଳି ହାଉସ୍‌ ସଂଖ୍ୟାକୁ ୨୦୩୦ ସୁଦ୍ଧା ୫୦ରେ ପହଞ୍ଚାଇବାକୁ ଟିମ୍‌ ଲକ୍ଷ୍ୟ ରଖିଥିବା ବେଳେ ଭୁବନେଶ୍ବରରେ ଗୋଟିଏ ଡ୍ରାପର ଷ୍ଟାର୍ଟଅପ୍ ହାଉସ୍‌ ସ୍ଥାପନ କରିବାକୁ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ନିର୍ଦେଶକ ଡକ୍ଟର ଓମ୍‌କାର ରାଏ ତାଙ୍କୁ ପ୍ରସ୍ତାବ ଦେଇଛନ୍ତି। ଡ୍ରାପରଙ୍କ ସହ ଶ୍ରୀ ରାଏ ରାଜ୍ୟର ଷ୍ଟାର୍ଟଅପ୍ ବ୍ୟବସ୍ଥା ବିଷୟରେ ବିସ୍ତୃତ ଆଲୋଚନା କରିଥିବା ବେଳେ ଏଠାରେ ଥିବା ସମ୍ଭାବନା ବିଷୟରେ ମଧ୍ୟ ଅବଗତ କରିଛନ୍ତି।

ଓଡ଼ିଶାରେ ଷ୍ଟାର୍ଟଅପ୍‌ ବ୍ୟବସ୍ଥାରେ ହୋଇଥିବା ଅଭିବୃଦ୍ଧିକୁ ରାଜ୍ୟ ସରକାରଙ୍କ ସହଯୋଗକୁ ସେ ପ୍ରଶଂସା କରିଛନ୍ତି। ଯଦି ଡ୍ରାପର ଓଡ଼ିଶାରେ ଏକ ଷ୍ଟାର୍ଟଅପ୍ ହାଉସ୍‌ ସ୍ଥାପନ କରିବେ ତେବେ ରାଜ୍ୟର ଷ୍ଟାର୍ଟଅପ୍‌ଗୁଡ଼ିକୁ ତାଙ୍କ ସଂସ୍ଥାରୁ ପାଣ୍ଠି ମିଳିବା ପଥ ପରିସ୍କାର ହେବ। କୌଣସି ଷ୍ଟାର୍ଟଅପ୍ ସଂସ୍ଥା ଆଗକୁ ବଢ଼ି ଏକ ବୃହତ ସଂସ୍ଥାରେ ପରିଣତ ହେବାକୁ ହେଲେ ନିବେଶକଙ୍କ ପାଣ୍ଠି ଲୋଡ଼ିଥାଏ। ଏଭଳି ଏକ ସମୟରେ ଟିମ୍‌ ଡ୍ରାପରଙ୍କ ଭଳି ବିଶ୍ବର ପ୍ରସିଦ୍ଧ ନିବେଶକ ଯଦି ସେମାନଙ୍କ ସଂସ୍ଥାରେ ନିବେଶ କରିବେ ତେବେ ‌ସେହି ସଂସ୍ଥାକୁ ସହଜରେ ବିଶ୍ବର ବିଭିନ୍ନ ପ୍ରାନ୍ତର ଲୋକମାନେ ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe