ଏବେବି ଫେରିନି ୬୦୯୯ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହି ନୋଟଗୁଡ଼ିକର ଏକ ବଡ଼ ସଂଖ୍ୟା ଏବେ ବି ଲୋକଙ୍କ ପାଖରେ ପଡ଼ି ରହିଛି।

note

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କାର ନୋଟ୍ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବାର ପ୍ରାୟ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ଏହି ନୋଟଗୁଡ଼ିକର ଏକ ବଡ଼ ସଂଖ୍ୟା ଏବେ ବି ଲୋକଙ୍କ ପାଖରେ ପଡ଼ି ରହିଛି। ଏଗୁଡ଼ିକର ମୋଟ ମୂଲ୍ୟ ୬୦୯୯ କୋଟି ଟଙ୍କା ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ତଥ୍ୟରୁ ଜଣାପଡ଼ିଛି । ଗତ ମେ ୩୧ ତାରିଖ ସୁଦ୍ଧା ଏହି ପରିମାଣ ୬୧୮୧ କୋଟି ଟଙ୍କା ଥିଲା । ମାସକ ମଧ୍ୟରେ ମାତ୍ର ୮୨ କୋଟି ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ଫେରିଛି । ଅର୍ଥାତ୍ ଆଉ ବିଶେଷ ପରିମାଣର ୨୦୦୦ ଟଙ୍କିଆ ନୋଟ ଫେରୁନାହିଁ ।

ରିଜର୍ଭ ବ୍ୟାଙ୍କ ୧୯ ମଇ ୨୦୨୩ରେ ୨୦୦୦ ଟଙ୍କାର ନୋଟ୍ ପ୍ରଚଳନରୁ ପ୍ରତ୍ୟାହାର କରିବା ଘୋଷଣା କରିଥିଲା। ସେତେବେଳେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କାର ନୋଟ୍ ଥିଲା। ବର୍ତ୍ତମାନ ଦୁଇ ବର୍ଷ ପରେ, ୩୦ ଜୁନ୍ ୨୦୨୫ ସୁଦ୍ଧା, ଏହି ନୋଟଗୁଡ଼ିକର ମୋଟ ମୂଲ୍ୟ ୬,୦୯୯ କୋଟି ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ୍, ଏପର୍ଯ୍ୟନ୍ତ ୯୮.୨୯ ପ୍ରତିଶତ ନୋଟ୍ ଫେରି ଆସିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe