ଇସ୍ପାତ ଦର ବଢ଼ିଲା, ଟନ୍ ପିଛା ୫୦୦୦

Advertisment
ଇସ୍ପାତ ଦର ବଢ଼ିଲା, ଟନ୍ ପିଛା ୫୦୦୦

କୋଲକାତା: କିଛିଦିନର ବ୍ୟବଧାନ ପରେ ନୂଆ ଆର୍ଥିକ ବର୍ଷର ଆରମ୍ଭରୁ ଦେଶରେ ଲୁହାପଥର ଏବଂ ଇସ୍ପାତ ଦର ବୃଦ୍ଧି ପାଇଛି। ଚଳିତମାସରେ ଅନେକ ଇସ୍ପାତ କମ୍ପାନି ଟନ୍ ପିଛା ଇସ୍ପାତ ମୂଲ୍ୟ ୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଷ୍ଟ୍ରାୟତ୍ତ କମ୍ପାନି ଏନଏମଡିସି ଲୁହାପଥର (ଲମ୍ପ୍‌ ଓର୍‌) ମୂଲ୍ୟ ଟନ୍ ପିଛା ୫୦୦ ଟଙ୍କା ବଢ଼ାଇଛି।

ଏକ ଇସ୍ପାତ କମ୍ପାନି ଅଧିକାରୀଙ୍କ କହିବାନୁଯାୟୀ, ହଟ୍ ରୋଲ୍‌ଡ କଏଲ୍‌ ମୂଲ୍ୟ ଟନ୍ ପିଛା ୪୫୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି। ଏହି ଇସ୍ପାତ ମୁଖ୍ୟତଃ ଅଟୋମୋବାଇଲ, ଏସି, ଫ୍ରିଜ୍ ଆଦି ନିର୍ମାଣରେ ବ୍ୟବହୃତ ହୋଇଥାଏ। ସେହିଭଳି ଭିତ୍ତିଭୂମି କ୍ଷେତ୍ରରେ ଉପଯୋଗ ହେଉଥିବା ଲଙ୍ଗ୍‌ ଷ୍ଟିଲ୍‌ ମୂଲ୍ୟ ଟନ୍ ପିଛା ୩୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଦର ବୃଦ୍ଧି ପରେ ହଟ୍‌ ରୋଲ୍‌ଡ କଏଲ୍‌ ମୂଲ୍ୟ ଟନ୍ ପିଛା ୫୭,୬୦୦ ଟଙ୍କାରେ ପହଞ୍ଚିଥିବାବେଳେ ଟିଏମ୍‌ଟିର ମୂଲ୍ୟ ଟନ୍ ପିଛା ୫୨୫୦୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଅନ୍ତର୍ଜାତୀୟ ବଜାରରେ ଇସ୍ପାତ ଦର ବୃଦ୍ଧି ପାଇବା ଦ୍ବାରା ଭାରତ ବଜାରରେ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି। ତେବେ ଅନ୍ତର୍ଜାତୀୟ ବଜାରରେ ତୁଳନାରେ ଭାରତରେ ଏବେ ଇସ୍ପାତ ଦର କମ୍ ଥିବାରୁ ଆଗାମୀ ଦିନରେ ଦର ଆହୁରି ବୃଦ୍ଧି ଘଟିବା ଆଶଙ୍କା ରହିଛି। ଏଥିସହିତ ଘରୋଇ ବଜାରରେ ମଧ୍ୟ ନିର୍ମାଣ କାର୍ଯ୍ୟ ପାଇଁ ଇସ୍ପାତ ଚାହିଦା ବୃଦ୍ଧି ଘଟିଛି। ଏହାର ପ୍ରଭାବ ଦର ବୃଦ୍ଧି ଉପରେ ପଡ଼ିଛି ବୋଲି ଜେଏସ୍‌ଡବ୍‌ଲ୍ୟୁ ଷ୍ଟିଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe