ଏଏମ୍‌ଏନ୍‌ଏସ୍‌କୁ ଷ୍ଟିଲ୍‌ ସ୍ଲାଗ୍‌ ପ୍ରଯୁକ୍ତି ଲାଇସେନ୍ସ

Advertisment

ସଡ଼କ ନିର୍ମାଣରେ ବ୍ୟବହୃତ ପ୍ରକ୍ରିୟାକୃତ ଷ୍ଟିଲ୍‌ ସ୍ଲାଗ୍ ଏଗ୍ରିଗେଟ୍ ପାଇଁ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପ୍ରଯୁକ୍ତି ଲାଇସେନ୍ସ ହାସଲ କରିଛି। ଦେଶର ପ୍ରଥମ କମ୍ପାନି ଭାବେ ଏଏମ୍‌ଏନ୍‌ଏସ୍‌ ଏହି ଲାଇସେନ୍ସ ପାଇଛି।

ସଡ଼କ ନିର୍ମାଣରେ ବ୍ୟବହୃତ ପ୍ରକ୍ରିୟାକୃତ ଷ୍ଟିଲ୍‌ ସ୍ଲାଗ୍ ଏଗ୍ରିଗେଟ୍ ପାଇଁ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପ୍ରଯୁକ୍ତି ଲାଇସେନ୍ସ ହାସଲ କରିଛି। ଦେଶର ପ୍ରଥମ କମ୍ପାନି ଭାବେ ଏଏମ୍‌ଏନ୍‌ଏସ୍‌ ଏହି ଲାଇସେନ୍ସ ପାଇଛି।

sfsfsfcxxc

ଭୁବନେଶ୍ବର: ସଡ଼କ ନିର୍ମାଣରେ ବ୍ୟବହୃତ ପ୍ରକ୍ରିୟାକୃତ ଷ୍ଟିଲ୍‌ ସ୍ଲାଗ୍ ଏଗ୍ରିଗେଟ୍ ପାଇଁ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍‌ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ପ୍ରଯୁକ୍ତି ଲାଇସେନ୍ସ ହାସଲ କରିଛି। ଦେଶର ପ୍ରଥମ କମ୍ପାନି ଭାବେ ଏଏମ୍‌ଏନ୍‌ଏସ୍‌ ଏହି ଲାଇସେନ୍ସ ପାଇଛି। ଏଥିପାଇଁ କମ୍ପାନି କାଉନ୍‌ସିଲ୍‌ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସ୍‌ଆଇଆର୍‌)- ସେଣ୍ଟ୍ରାଲ୍‌ ରୋଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ (ସିଆର୍‌ଆର୍‌ଆଇ) ସହ ସହଯୋଗିତା ସ୍ଥାପନ କରିଛି। କମ୍ପାନି ଏହାର ଗୁଜରାଟର ହାଜିରାଠାରେ ଥିବା କାରଖାନାରେ ଷ୍ଟିଲ୍ ସ୍ଲାଗ୍ ଏଗ୍ରିଗେଟ୍ ପ୍ରସ୍ତୁତ କରିବା ଲାଗି ‘ଷ୍ଟିଲ୍‌ ସ୍ଲାଗ୍ ‌ଭାଲୋରାଇଜେସନ୍ ଟେକ୍ନୋଲୋଜି’ ହାସଲ କରିଛି। 

ଏ ସମ୍ପର୍କରେ ସିଏସ୍‌ଆଇଆର୍‌-ସିଆର୍‌ଆର୍‌ଆଇର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ସତୀଶ ପାଣ୍ଡେ କହିଛନ୍ତି ଯେ ଏହି ପ୍ରଯୁକ୍ତି ଭାରତର ସଡ଼କ ଭିତ୍ତିଭୂମିରେ ପରିବର୍ତ୍ତନ ଆଣିବ। ଏହି ଲାଇସେନ୍ସ ଜରିଆରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ହାଜିରାରେ ଭାରତର ପ୍ରଥମ ସମ୍ପୂର୍ଣ୍ଣ ଷ୍ଟିଲ୍ ସ୍ଲାଗ୍‌ରେ ପ୍ରସ୍ତୁତ ସଡ଼କ ନିର୍ମାଣ କରିବ। ସେହିପରି, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନିର୍ଦେଶକ ରଞ୍ଜନ ଧର କହିଛନ୍ତି ଯେ ଷ୍ଟିଲ୍‌ ସ୍ଲାଗ୍ ଭାଲୋରାଇଜେସନ୍‌ ପ୍ରଯୁକ୍ତିର ପ୍ରଥମ ଲାଇସେନ୍ସ ହାସଲ କରିଥିବାରୁ ଆମେ ଗର୍ବିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe