ଷ୍ଟକ୍ ବଜାରରେ ଉତ୍ସାହ ଫେରିଲା: ସେନ୍‌ସେକ୍ସ ୭୪୦ ପଏଣ୍ଟ ବଢ଼ିଲା, ଟଙ୍କା ପାଇଁ ଭଲ ଦିନ

ଲଗାତାର ୧୦ଟି କାରବାର ଦିନରେ ତଳକୁ ଖସୁଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ସୁଧାର ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଜରିଆରେ ବାଣିଜ୍ୟ ଲଢ଼େଇ ଆରମ୍ଭ କରିବା ପରେ ଷ୍ଟକ୍ ବଜାର ଅସ୍ଥିର ରହିବ ବୋଲି ଆଶା କରାଯାଉଥିଲା।

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଲଗାତାର ୧୦ଟି କାରବାର ଦିନରେ ତଳକୁ ଖସୁଥିବା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ସୁଧାର ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଜରିଆରେ ବାଣିଜ୍ୟ ଲଢ଼େଇ ଆରମ୍ଭ କରିବା ପରେ ଷ୍ଟକ୍ ବଜାର ଅସ୍ଥିର ରହିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବୁଧବାର ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ନିବେଶକମାନେ ବିଭିନ୍ନ କମ୍ପାନିରେ ନିବେଶ କରିବାରୁ ସେନ୍‌ସେକ୍ସ ୭୪୦ ପଏଣ୍ଟ ବୃଦ୍ଧି ପାଇ ୭୩,୭୩୦ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୦ ଦିନ ତଳକୁ ଖସିବା ପରେ ଆଜି ଉପରକୁ ଉଠିଛି। ନିଫ୍ଟି ୨୫୪ ପଏଣ୍ଟ ବୃଦ୍ଧି ପାଇ ୨୨,୩୩୭ ପଏଣ୍ଟରେ ବନ୍ଦ ହୋଇଛି।

ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ଆଦାନୀ ପୋର୍ଟସ୍‌, ଟାଟା ଷ୍ଟିଲ୍, ପାୱାର ଗ୍ରିଡ୍, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା, ଏନ୍‌ଟିପିସି, ଟେକ୍ ମହିନ୍ଦ୍ରା, ଟାଟା ମୋଟର୍ସ, ଆଇଟିସି, ନେସ୍‌ଲେ ଇଣ୍ଡିଆ, ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍, ଭାରତୀ ଏୟାରଟେଲ୍‌, ଷ୍ଟେଟ୍‌ ବ୍ୟାଙ୍କ, ଏସିଆନ୍ ପେଣ୍ଟ୍‌ସ ଓ କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଛି। ବୁଧବାର ଟଙ୍କା ପାଇଁ ମଧ୍ୟ ଏକ ଭଲ ଦିନ ସାବ୍ୟସ୍ତ ହୋଇଛି। ଦିନକରେ ଏହାର ମୂଲ୍ୟରେ ୩୦ ପଇସାର ସୁଧାର ହୋଇଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୬ ଟଙ୍କା ୯୬ ପଇସା ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ କିନ୍ତୁ ଏହାର ୮୭ ଟଙ୍କା ୮ ପଇସା ରହିଛି। ଆମେରିକା ପକ୍ଷରୁ ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଯାଇଥିବାରୁ ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଆଶଙ୍କା ଦେଖାଦେଇଛି। ସେଥିପାଇଁ ଡଲାର ଦୁର୍ବଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe