ଜାରି ରହିଛି ‘ଷ୍ଟକ୍‌ ମାର୍କେଟ୍‌’ ରେକର୍ଡ ଧାରା: ସେନ୍‌ସେକ୍ସ୍‍ ୫୯୦ ପଏଣ୍ଟ୍‌ ବୃଦ୍ଧି ପାଇଥିବା ବେଳେ ୧୫,୦୯୦ ଟପିଲା ନିଫ୍‌ଟି

Advertisment
ଜାରି ରହିଛି ‘ଷ୍ଟକ୍‌ ମାର୍କେଟ୍‌’ ରେକର୍ଡ ଧାରା: ସେନ୍‌ସେକ୍ସ୍‍ ୫୯୦ ପଏଣ୍ଟ୍‌ ବୃଦ୍ଧି ପାଇଥିବା ବେଳେ ୧୫,୦୯୦ ଟପିଲା ନିଫ୍‌ଟି

Image Courtesy of India Today

ନୂଆଦିଲ୍ଲୀ: ରେକର୍ଡ ଧାରା ବଜାୟ ରଖି ସୋମବାର ପ୍ରାରମ୍ଭରେ ‘ଷ୍ଟକ୍‌ ମାର୍କେଟ୍‌’ ୧.୧୫% ଅଧିକ ବ୍ୟବସାୟ କରିଛି।

ଆଜି ପ୍ରାରମ୍ଭିକ ବ୍ୟବସାୟରେ ‘ବିଏସ୍‌ଇ ସେନ୍‌ସେକ୍ସ୍‍’ ୫୮୯.୪୫ ପଏଣ୍ଟା ବା ୧.୧୬% ବୃଦ୍ଧି ପାଇ ୫୧,୩୨୧.୦୮ରେ ପହଞ୍ଚିଛି। ଅନ୍ୟ ପକ୍ଷରେ, ‘ଏନ୍‌ଏସ୍‌ଇ ନିଫ୍‌ଟି’ ମଧ୍ୟ ୧୬୭.୨୦ ବା ୧.୧୨% ବୃଦ୍ଧି ପାଇ ୧୫,୦୯୧.୪୫ ହୋଇଯାଇଛି।

ଆଜି ସେନ୍‌ସେକ୍ସ୍‍ ପ୍ୟାକ୍‌ର ପ୍ରମୁଖ ଲାଭ ପାଇଥିବା ସଂସ୍ଥାନଗୁଡ଼ି ହେଉଛନ୍ତି ‘ଏମ୍‌ ଆଣ୍ଡ୍‌ ଡବ୍ଲୁ’, ‘ଏକ୍ସିସ୍‌ ବ୍ୟାଙ୍କ୍‌’, ‘ଏସ୍‌ବିଆଇ’ ‘ଆଇସିଆଇସିଆଇ ବ୍ୟାଙ୍କ୍‌’, ‘ଓଏନ୍‌ଜିସି’, ‘ଇଣ୍ଡସ୍‌ଲ୍ୟାଣ୍ଡ୍‌ ବ୍ୟାଙ୍କ୍‌’, ‘ପାଓ୍ଵାର୍‌ଗ୍ରିଡ୍‌’, ‘କୋଟାକ୍‌ ବ୍ୟାଙ୍କ୍‌’ ’ବଜାଜ୍‌ ଫାଇନାନ୍ସ, ଭାରତୀ ଏୟାର୍‌ଟେଲ୍‌’, ‘ଏଲ୍‌ଟି’, ‘ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌’। ଏମାନଙ୍କର ସେୟାର୍‌ ୯.୨୨% ବୃଦ୍ଧି ପାଇଛି। ସେହିଭଳି ଆଜିର ଷ୍ଟକ୍‌ ମାର୍କେଟ୍‌ରେ କ୍ଷତି ସହିଥିବା ସଂସ୍ଥାନଗୁଡ଼ିକ ହେଉଛି, ‘ଏନ୍‌ଟିପିସି’, ‘ବଜାଜ୍‌ ଅଟୋ’ ଏବଂ ‘ଅଲ୍‌ଟ୍ରାକେମ୍‌’। ଏମାନଙ୍କ ସେୟାର୍‌ ୦.୫୫% ପର୍ଯ୍ୟନ୍ତ ହ୍ରାସ ପାଇଛି।

publive-image Indeed News

ସୋମବାର ଦିନ ଏସିଆନ୍‌ ସେୟାର୍‌ ସବୁ ରେକର୍ଡସ୍ତରକୁ ବୃଦ୍ଧି ପାଇଛି। ‘ଏସିଆ-ପେସିଫିକ୍‌’ର ‘ଏମ୍‌ଏସ୍‌ସିଆଇ’ର ବ୍ରଡେଷ୍ଟ୍‍ ଇଣ୍ଡେକ୍ସ୍‍ ଜାପାନ ବାହାରେ ୦.୩% ବୃଦ୍ଧି ପାଇ ୭୧୭.୨ରେ ପହଞ୍ଚିଛି। ଗତ ମାସରେ ଏହା ୭୩୦.୧୬ ପର୍ଯ୍ୟନ୍ତ ଉଠିଥିଲା। ଟେକ୍ନୋଲୋଜି ଏବଂ ମାଇନିଙ୍ଗ୍‌ ସେୟାର୍‌ଦ୍ୱାରା ଚାଳିତ ଜାପାନର ‘ନିକ୍କି’ ୨% ବଢ଼ିଥିବା ବେଳେ ଅଷ୍ଟ୍ରେଲୀୟ ସେୟାର୍‌ଗୁଡ଼ିକ ୦.୮% ବଢ଼ିଛି। ଚୀନ୍‌ର ‘ବ୍ଲୁ-ଚିପ୍‌ ସିଏସ୍‌ଆଇ୩୦୦’ ଇଣ୍ଡେକ୍ସ୍‍ ୦.୧%ଯାଏଁ ବୃଦ୍ଧି ପାଇବା ସହ ଚୀନ୍‌ର ସେୟାର୍‌ ସବୁ ସାମାନ୍ୟ ସକାରାତ୍ମକ ଦିଗରେ ମୁହାଁଇଛି। ପ୍ରାରମ୍ଭିକ ଏସୀୟ ବ୍ୟବସାୟରେ ‘ଇ-ମିନି ଫିଚର୍ସ’ ‘ଏସ୍‌ ଆଣ୍ଡ୍‌ ପି ୫୦୦’ ୦.୪% ଅବଦାନ ଦେଇଥିବା କଥା ରଏଟର୍ସ ରିପୋର୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe