ଆଉ ଏକ ନିଯୁକ୍ତି ରିପୋର୍ଟ ଅଟକିଲା

Advertisment

ଏଥର ମୁଦ୍ରା ଯୋଜନା ତଥ୍ୟ ଚାପିଦେଲେ, ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ ଅଟକାଇଥିଲେ

ଏଥର ମୁଦ୍ରା ଯୋଜନା ତଥ୍ୟ ଚାପିଦେଲେ, ଏନ୍‌ଏସ୍‌ଏସ୍‌ଓ ରିପୋର୍ଟ ଅଟକାଇଥିଲେ

ଦେଶରେ  ଲକଡାଉନ କୋହଳ ହେବା ପରେ ହ୍ରାସ ପାଉଛି ବେକାରୀ ହାର 

Sabrang India

ନୂଆଦିଲ୍ଲୀ: ଏନ୍‌ଡିଏ ସରକାର କାର୍ଯ୍ୟକାରୀ କରିଥିବା ମୁଦ୍ରା ଯୋଜନାରେ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ତାହା ଜାଣିବା ପାଇଁ ଲୋକମାନଙ୍କୁ ବହୁ ଦିନ ଅପେକ୍ଷା କରିବାକୁ ପଡ଼ିବ। ଏହି ଯୋଜନା ସମ୍ପର୍କିତ ନିଯୁକ୍ତି ରିପୋର୍ଟକୁ ସ୍ଥଗିତ ରଖାଯାଇଛି। ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇବ ନାହିଁ। ମୁଦ୍ରା ଯୋଜନାର ନିଯୁକ୍ତିକୁ ନେଇ ଶ୍ରମ ବ୍ୟୁରୋ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏହି ରିପୋର୍ଟ ପ୍ରସ୍ତୁତ କରିବା‌ରେ ବ୍ୟୁରୋ ଯେଉଁ ପଦ୍ଧତି ବ୍ୟବହାର କରିଥିଲା ସେଥିରେ ଅସଙ୍ଗତି ରହିଛି। ଏହା ବ୍ୟତୀତ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବାରୁ ଏହି ରିପୋର୍ଟକୁ ସାର୍ବଜନୀନ ନକରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଯୁକ୍ତି ରିପୋର୍ଟକୁ ସରକାର ଅଟକାଉଥିବାର ଏହା ପ୍ରଥମ ଅଭିଯୋଗ ନୁହେଁ। ଏହା ପୂର୍ବରୁ ଏନ୍‌ଏସ୍‌ଏସ୍‌ଓ (ଜାତୀୟ ନମୁନା‌ ସର୍ବେକ୍ଷଣ ସଂଗଠନ) ନିଯୁକ୍ତି ରିପୋର୍ଟକୁ ସରକାର ଚାପି ଦେଇଥିବା ଅଭିଯୋଗ ହେଉଛି। ସେହି ରିପୋର୍ଟ ଗଣମାଧ୍ୟ୍ୟମରେ ଲିକ୍ ହୋଇଯାଇଥିଲା ଯେଉଁଥିରେ ଦେଶର ବେକାରୀ ହାର ୪୫ ବର୍ଷର ସର୍ବୋ‌ଚ୍ଚ ସ୍ତରରେ ପହଞ୍ଚିଥିବା କୁହାଯାଇଛି। ଉକ୍ତ ରିପୋର୍ଟ ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଆଧାରିତ ବୋଲି ସରକାର କହୁଛନ୍ତି। ଏନ୍‌ଏସ୍‌ଏସ୍‌ଓର ରିପୋର୍ଟକୁ ନେଇ ବିବାଦ ଦେଖାଦେବା ପରେ ମୁଦ୍ରା ଯୋଜନାରେ ସୃଷ୍ଟି ହୋଇଥିବା ନିଯୁକ୍ତିକୁ ‌ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଶ୍ରମ ବ୍ୟୁରୋକୁ ନିତି ଆୟୋଗ ପକ୍ଷରୁ କୁହାଯାଇଥିଲା। ଗତ ଫେବ୍ରୁଆରି ୨୭ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ବ୍ୟୁରୋକୁ କୁହାଯାଇଥିଲା। ୨୦୧୫ ଏପ୍ରିଲ୍‌ରୁ ୨୦୧୯ ଜାନୁଆରି ମଧ୍ୟରେ ମୁଦ୍ରା ଋଣ ନେଇଥିବା ୧ ଲକ୍ଷ ହିତାଧିକାରୀଙ୍କୁ ନେଇ ବ୍ୟୁରୋ ତରଫରୁ ଏକ ସର୍ଭେ କରାଯାଇଥିଲା। ଏହି ସ୍କିମ୍ ଦ୍ବାରା କେତେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ତାହା ଜଣାଇବାକୁ ନିତି ଆୟୋଗ ପକ୍ଷରୁ ବ୍ୟୁରୋକୁ କୁହାଯାଇଥିଲା। ନିର୍ବାଚନରେ ଲୋକପ୍ରିୟତା ପ୍ରଭାବିତ ହେବାର ଆଶଙ୍କା କରି ସରକାର ଜାଣିଶୁଣି ନିଯୁକ୍ତି ସମ୍ପର୍କିତ ରିପୋର୍ଟକୁ ଚାପି ଦେଉଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦ କରି କିଛି ସପ୍ତାହ ତଳେ ଜାତୀୟ ପରିସଂଖ୍ୟାନ ଆୟୋଗ (ଏନ୍‌ଏସ୍‌ସି)ର ମୁଖ୍ୟ ପି ସି ମୋହନନ ଏବଂ ଅନ୍ୟ ଜଣେ ସହଯୋଗୀ ନିଜ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀ ମୋହନନ ଇସ୍ତଫା ପରେ ମୁହଁ ଖୋଲିଥିଲେ ଏବଂ ନିଯୁକ୍ତି ରିପୋର୍ଟ ପ୍ରସ୍ତୁତିରେ ନିତି ଆୟୋଗର ହସ୍ତକ୍ଷେପକୁ ତୀବ୍ର ସମାଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ରେ ସାମିଲ ହେଉଥିବା ନୂତନ ସଦସ୍ୟମାନଙ୍କ ସଂଖ୍ୟାକୁ ସରକାର ନିଯୁକ୍ତି ସୃଷ୍ଟିର ତଥ୍ୟ ଭାବେ ଉପସ୍ଥାପନ କରୁଛନ୍ତି। ତାହାକୁ ବିଶେଷଜ୍ଞମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଇପିଏଫ୍‌ଓ ଆଧାରିତ ନିଯୁକ୍ତି ତଥ୍ୟ ବିଶ୍ବାସଯୋଗ୍ୟ ନୁହେଁ ବୋଲି ସେମାନେ କହୁଛନ୍ତି। ନିଯୁକ୍ତି ସମ୍ପର୍କିତ ଏନ୍‌ଏସ୍‌ଏସ୍‌ଓର ତଥ୍ୟ ଗତ ଡିସେମ୍ବରରେ ଜାରି ହେବାର ଥିଲା। ତାହା ବିଳମ୍ବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe