କଏନ୍‌ ଉତ୍ପାଦନ ବନ୍ଦ

Advertisment

ରଖିବାକୁ ଜାଗା ନାହିଁ

ରଖିବାକୁ ଜାଗା ନାହିଁ

ପୁଣି କଏନ୍‌ ଉତ୍ପାଦନ ଆରମ୍ଭ

କୋଲକାତା: ଖୁଚୁରା ମୁଦ୍ରା (କଏନ୍‌) ରଖିବାକୁ ରିଜର୍ଭ ବ୍ୟାଙ୍କ ପାଖରେ ଜାଗା ନାହିଁ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କଏନ ଉତ୍ପାଦନ ବନ୍ଦ କରିଦେଇଛନ୍ତି। ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଏବଂ ନୋଏଡା ଭଳି ଚାରିଟି ସ୍ଥାନରେ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଏସ୍‌ପିଏମ୍‌ସିଆଇଏଲ୍‌) ନାମକ ରାଷ୍ଟ୍ରାୟତ୍ତ ସଂସ୍ଥା ପକ୍ଷରୁ କଏନ ଉତ୍ପାଦନ କରାଯାଏ। କଏନ୍‌ ଉତ୍ପାଦନ ବନ୍ଦ କରିବାକୁ ଏହି ସଂସ୍ଥା ଏହାର ସମସ୍ତ ଚାରିଟି କାରଖାନାକୁ ନିର୍ଦେଶ ଦେଇଛି। ବୁଧବାରଠାରୁ ଉତ୍ପାଦନ ବନ୍ଦ କରିଦିଆଯାଇଛି। ଏଥି ସହିତ କର୍ମଚାରୀମାନଙ୍କ ଓଭର ଟାଇମ୍‌ ଉପରେ ମଧ୍ୟ କଟକଣା ଲଗାଯାଇଛି। କର୍ମଚାରୀମାନେ ପରବର୍ତି ନିର୍ଦେଶ ପର୍ଯ୍ୟନ୍ତ କେବଳ ସାଧାରଣ ସମୟରେ ଡ୍ୟୁଟି କରିପାରିବେ।

କଏନ୍‌ ଉତ୍ପାଦନ ବନ୍ଦ ନିଷ୍ପତ୍ତି ଦ୍ୱାରା ସାଧାରଣ ଲୋକମାନେ ବିଶେଷ ଭାବେ ପ୍ରଭାବିତ ହେବେ ନାହିଁ। କାରଣ ବଜାରରେ ପର୍ଯ୍ୟାପ୍ତ ପରିମାଣର କଏନ୍‌ ରହିଛି। ମୁଦ୍ରା କାରଖାନାଗୁଡ଼ିକରେ ମଧ୍ୟ ବିପୁ ପରିମାଣର କଏନ୍‌ ଗଚ୍ଛିତ ରହିଛି ଯାହାକୁ ରିଜର୍ଭ ବ୍ୟାଙ୍କ ଯେତେବେଳେ ଚାହିଁବ ଆଣିପାରିବ। ନୋଏଡାଠାରେ ଥିବା ମୁଦ୍ରା କାରଖାନାରେ ୨୫୨.୮ କୋଟି ଖଣ୍ଡ ଖୁଚୁରା ମୁଦ୍ରା ପଡ଼ିରହିଛି। କାରଣ ସେଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ନେଉନାହିଁ। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଭଲ୍‌ଟଗୁଡ଼ିକ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ରେ ଭର୍ତି ହୋଇରହିଛି। ତେଣୁ କଏନ୍‌ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ପାଖରେ ସ୍ଥାନର ଅଭାବ ଦେଖାଦେଇଛି। ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ଘୋଷଣା କରିବା ପରେ ବଜାରରେ ପ୍ରଚଳନରେ ଥିବା ୮୫% ନୋଟ୍‌ ଅଚଳ ହୋଇପଡ଼ିଥିଲା। ସେଗୁଡ଼ିକୁ ବ୍ୟାଙ୍କ ଜରିଆରେ ସଂଗ୍ରହ କରାଯାଇ ରିଜର୍ଭ ବ୍ୟାଙ୍କର ବିଭିନ୍ନ ଭଲ୍‌ଟରେ ରଖାଯାଇଛି। ଯେତେଦିନ ପର୍ଯ୍ୟନ୍ତ ଅଚଳ ନୋଟ୍‌ଗୁଡ଼ିକର ବନ୍ଦୋବସ୍ତ କରାଯାଇନାହିଁ ସେ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ ପାଖରେ ନୂଆ ନୋଟ୍‌ ଏବଂ କଏନ ରଖିବା ପାଇଁ ସ୍ଥାନର ଅଭାବ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe