ନୂଆଦିଲ୍ଳୀ: ଆଇଫୋନ୍ ବ୍ୟବହାରକାରୀଙ୍କ ପାଇଁ ମନ୍ଦ ଖବର। ମାତ୍ର ୬ ମିନିଟ୍ ମଧ୍ୟରେ ଜଣେ ହ୍ୟାକର୍ ଚାହିଁଲେ ଆଇଫୋନ୍କୁ ବ୍ୟବହାର କରିପାରିବ ବୋଲି ସୂଚନା ହସ୍ତଗତ ହୋଇଛି। ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ଗ୍ରେସିଫ୍ଟ୍ ନିର୍ମାଣ କରିଥିବା ଏକ ନୂଆ ଡିଭାଇସ୍ ଆଇଫୋନ୍ ହ୍ୟାକ୍ କରିବା ପାଇଁ ଫୋନ୍ରେ ଥିବା ପାସ୍ଓ୍ଵାର୍ଡକୁ ଖୁବ୍ ସହଜରେ ଟ୍ରାକ୍ କରିପାରିବ।
ସଫ୍ଟ ମିଡିଆ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଆଇନ ତିଆରିକାରୀ ସଂସ୍ଥା ଏକ ନୂଆ ଆଇଫୋନ୍ କିଣିଲା। ପାସକୋର୍ଡ କମ୍ଲେକ୍ସିଟି ଉପରେ ଗବେଷଣା କରାଯିବା ପରେ ଜାଣିବାକୁ ମିଳିଛି ଯେ ଆଇଫୋନ୍ରେ ଥିବା ୪ ସଂଖ୍ୟକ ବିଶିଷ୍ଟ ପାସ୍କୋଡକୁ ହ୍ୟାକ୍ କରିବା ପାଇଁ ଅତିବେଶିରେ ୬.୫ ମିନିଟ୍ ସମୟ ଲାଗିବ। ସେହିପରି ୬ ଡିଜିଟ୍ ବିଶିଷ୍ଟ ପାସ୍କୋର୍ଡ ହ୍ୟାକ୍ ପାଇଁ ୧୧ ଘଣ୍ଟା ସମୟ ଲାଗିବ। ଅହୁରି ବି ଜାଣିବାକୁ ମିଳିଛି ଯେ ୧୦ ଡିଜିଟ୍ ବିଶିଷ୍ଟ ଆଇଫୋନ ପାସକୋଡ ହ୍ୟାକ୍ ପାଇଁ ୪୬୨୬ ଦିନ ଲାଗିବ। ସେଥିପାଇଁ ଅଧିକାଂଶ ସୁରକ୍ଷା ବିଶେଷଜ୍ଞ ଆଲ୍ଫାନ୍ୟୁରେିକ୍ ପାସ୍କୋଡ ପାଇଁ ପରାମର୍ଶ ଦେଉଛନ୍ତି।
Follow Us