ନୂଆଦିଲ୍ଲୀ: ଆମେରିକାର ଅନ୍ୟତମ ବୃହତ୍ ବ୍ୟାଙ୍କ ଜେପି ମର୍ଗାନ ଚେଜ୍ର ସିଇଓ ଜେମି ଡାଇମନ୍ଙ୍କ କହିବାନୁଯାୟୀ ବିଶ୍ବ ଅର୍ଥନୀତିର ଆକାଶରେ ବିଭିନ୍ନ ପ୍ରକାର ଝଡ଼ର ବାଦଲ ଢାଙ୍କି ହୋଇ ରହିଛି। ଏପରିକି ଆଗାମୀ ଦିନରେ ଏସବୁ ଝଡ଼ର ବାଦଲ ଆହୁରି ଭୟଙ୍କର ହୋଇପାରେ। ତେବେ ଏହା କେତେ ଖରାପ ହେବ ତାହା କେହି ଜାଣନ୍ତି ନାହିଁ। କାରଣ ଯୁଦ୍ଧ, ଉଚ୍ଚ ମୁଦ୍ରାସ୍ଫୀତି, ଚୀନ ଓ ତାଇୱାନ ମଧ୍ୟରେ ଉତ୍ତେଜନା ଭଳି ଘଟଣାଗୁଡ଼ିକ ମଧ୍ୟରୁ କିଛି ଅତି ସହଜରେ ଖରାପ ହୋଇଯାଇପାରେ। ତେବେ ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧିକୁ ନେଇ ସେ ସେତେଟା ଚିନ୍ତିତ ନାହାନ୍ତି। କାରଣ ଏହା ସମୁଦ୍ର ଏକ ଜଳବୁନ୍ଦା ଭଳି ବୋଲି ସେ କହିଛନ୍ତି।
‘ଅର୍ଥନୀତି ଆକାଶରେ ଝଡ଼ ଆସନ୍ନ’
Advertisment
Follow Us