ଚୀନ୍, ପାକ୍ ନିବେଶକଙ୍କ ଉପରେ କଡ଼ା ନଜର

Advertisment

ପିଏସ୍‌ୟୁ ଘରୋଇକରଣ ସମୟରେ ନିରାପତ୍ତା ମଞ୍ଜୁରି ନଥିଲେ ଅଂଶଧନ କିଣିପାରିବେନି

ପିଏସ୍‌ୟୁ ଘରୋଇକରଣ ସମୟରେ ନିରାପତ୍ତା ମଞ୍ଜୁରି ନଥିଲେ ଅଂଶଧନ କିଣିପାରିବେନି

ଗୋପଳ‌ପୁରରେ ଔଷଧ ଉତ୍ପାଦନ: ୭ ପ୍ରକଳ୍ପରେ ୮୦,୧୨୫ କୋଟି ନିବେଶ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପୁଞ୍ଜିପ୍ରତ୍ୟାହାର ଜରିଆରେ ପାଣ୍ଠି ଯୋଗାଡ଼ କରିବା ଉପରେ ବିଶେଷ ଜୋର ଦେଉଥିବା ବେଳେ ସରକାରୀ କଂପାନି ଯେଭଳି ସଠିକ୍ ନିବେଶକଙ୍କ ହାତକୁ ଯିବ ସେଥିପାଇଁ କିଛିଟା ସର୍ତ୍ତ ରଖାଯାଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇକରଣ ପ୍ରକ୍ରିୟାରେ ଭାଗ ନେବାକୁ ଚାହୁଥିବା ସଂସ୍ଥାଗୁଡ଼ିକୁ ସରକାରଙ୍କ ଠାରୁ ନିରାପତ୍ତା ମଞ୍ଜୁରି ହାସଲ କରିବାକୁ ପଡ଼ିବ। ବିଡ୍‌ ଦାଖଲ କରୁଥିବା ଯେଉଁ ସବୁ ସଂସ୍ଥା ନିରାପତ୍ତା ମଞ୍ଜୁରି ହାସଲ କରିଥିବେ ସେମାନଙ୍କ ବିଡ୍‌କୁ ଅନୁଶୀଳନ କମିଟି ଖୋଲିବେ। ଆର୍ଥିକ ବିଡ୍ ଖୋଲିବା ପରେ ସର୍ବୋଚ୍ଚ ବିଡ୍ ଦାଖଲ କରିଥିବା ସଂସ୍ଥା ନାମ ଜଣାପଡ଼ିବ। ଯଦି ସେହି ସଂସ୍ଥା ପାଖରେ ନିରାପତ୍ତା ମଞ୍ଜୁରି ଥିବ ତେବେ ବିକ୍ରି ପ୍ରକ୍ରିୟା ଏକପ୍ରକାର ଶେଷ ବୋଲି ଧରିନିଆଯିବ। ନିରାପତ୍ତା ମଞ୍ଜୁରି ନଥିଲେ ସମ୍ପୂର୍ଣ୍ଣ ପ୍ରକ୍ରିୟା ବରବାଦ ହୋଇଯିବ।

କୌଣସି ସରକାରୀ ସଂସ୍ଥାର ୧୦%ରୁ ଅଧିକ ଅଂଶଧନ କିଣିବାକୁ ହେଲେ ସୁରକ୍ଷା ମଞ୍ଜୁରି ନିହାତି ଜରୁରୀ। ତେଣୁ ଘରୋଇକରଣ ବେଳେ ବିଡ୍ ଦାଖଲ କରୁଥିବା ସଂସ୍ଥାଗୁଡ଼ିକୁ କେତେ ପରିମାଣର ଅଂଶଧନ କିଣିବାକୁ ଆଗ୍ରହୀ ତାହା ଜଣାଇବାକୁ ପଡ଼ିବ। ଯଦି କୌଣସି ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ‌କିଣିବା ଲାଗି ଗୋଟିଏ ବିଡ୍ ଆସିବ ତେବେ ଉକ୍ତ ନିବେଶକଙ୍କୁ ନିଜର ଜାତୀୟତା, ଠିକଣା, ସ୍ବତନ୍ତ୍ର ପରିଚୟ ନମ୍ବର, ବାସସ୍ଥାନ, ପାସପୋର୍ଟ ନମ୍ବର, ନିର୍ଦେଶକ ଓ ସହଯୋଗୀଙ୍କ ସମ୍ପର୍କିତ ସବୁ ସୂଚନା ସରକାରଙ୍କୁ ଦେବାକୁ ପଡ଼ିବ। ଚୀନ୍ ଓ ପାକିସ୍ତାନରେ ଯଦି କିଛି କାରବାର ରହିଥାଏ ତେବେ ସେବିଷୟରେ ମଧ୍ୟ ସୂଚନା ଦେବାକୁ ପଡ଼ିବ। କେନ୍ଦ୍ର ସରକାର ଭାରତ ପେଟ୍ରୋଲିୟମ୍, ଏୟାର ଇଣ୍ଡିଆ, ସିପିଙ୍ଗ କର୍ପୋରେସନ୍, କଣ୍ଟେନର କର୍ପୋରେସନ, ଆଇଡିବିଆଇ ବ୍ୟାଙ୍କ, ବିଇଏମ୍‌ଏଲ୍‌, ପୱନ ହଂସ ଓ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଭଳି ସରକାରୀ ସଂସ୍ଥାର ଅଂଶଧନ ବିକ୍ରି କରିବେ। ଘରୋଇକରଣ ପ୍ରକ୍ରିୟାରେ ପ୍ରଥମେ ଆଗ୍ରହୀ ସଂସ୍ଥା ପ୍ରାରମ୍ଭିକ ବିଡ୍‌ ଦାଖଲ କରିବେ। ଏହା ପରେ ସରକାର ନିଜ ଆଡ଼ୁ ଯଥାର୍ଥ ଆକଳନ କରିବେ ଏବଂ ବିକ୍ରି ହେବାକୁ ଥିବା କଂପାନିର ହିସାବ ଖାତାକୁ ଆଗ୍ରହୀ ନିବେଶକମାନେ ହାସଲ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe