ଆଗାମୀ ୬ମାସ ମଧ୍ୟରେ ଏୟାରଇଣ୍ଡିଆରେ ପଡ଼ିପାରେ ତାଲା ! ସୂଚନା ଦେଲେ ଏୟାରଲାଇନର ବରିଷ୍ଠ ଅଧିକାରୀ

Advertisment
ଆଗାମୀ ୬ମାସ ମଧ୍ୟରେ ଏୟାରଇଣ୍ଡିଆରେ ପଡ଼ିପାରେ ତାଲା ! ସୂଚନା ଦେଲେ ଏୟାରଲାଇନର ବରିଷ୍ଠ ଅଧିକାରୀ

news18.com

ମୁମ୍ବାଇ: ଯଦି କମ୍ପାନିକୁ କିଣିବା ପାଇଁ କୌଣସି ଗ୍ରାହକ ନ ମିଳନ୍ତି, ତେବେ ଆଗାମୀ ୬ମାସ ମଧ୍ୟରେ ଏୟାର ଇଣ୍ଡିଆ ନିଜ ସମସ୍ତ ବିମାନର ଉଡ଼ାଣ ବନ୍ଦ କରି ଦେବ। ଗତ କିଛି ମାସ ହେଲାଣି ଗ୍ରାହକ ଖୋଜିବା ନେଇ ଏୟାର ଇଣ୍ଡିଆ ସଂଘର୍ଷ କରୁଥିବା ବେଳେ ଆସନ୍ତା ଜୁନ୍ ମାସ ମଧ୍ୟରେ ଯଦି କୌଣସି ଗ୍ରାହକ ନ ମିଳନ୍ତି, ତେବେ ଏୟାରଲାଇନରେ ତାଲା ପଡ଼ିବ। ଏ ନେଇ ସୂଚନା ଦେଇଛନ୍ତି ଏୟାରଲାଇନର ବରିଷ୍ଠ ଅଧିକାରୀ।

ଏୟାରଲାଇନ ୬୦,୦୦୦କୋଟି ଟଙ୍କାର କରଜରେ ବୁଡ଼ି ରହିଥିବା ବେଳେ ପଡ଼ିରହିଥିବା ୧୨ଟି ବିମାନର ଉଡ଼ାଣ ଆରମ୍ଭ କରିବା ପାଇଁ  ଅର୍ଥର  ଆବଶ୍ୟକତା ରହିଛି। ଆଗାମୀ ୬ମାସ ମଧ୍ୟରେ ଯଦି ଏୟାରଇଣ୍ଡିଆକୁ କିଣିବା ପାଇଁ କେହି ଆଗକୁ ନ ଆସନ୍ତି, ‌ତେବେ ଏହାର ପରିସ୍ଥିତି ଜେଟ୍ ଏୟାରୱେଜ୍ ଭଳି ହେବ ବୋଲି ଉକ୍ତ ବରିଷ୍ଠ ଅଧିକାରୀ କହିଛନ୍ତି।

Image result for without-buyer-air-india-might-be-forced-to-shut-down-in-six-months-says-official Livemint

ସୂଚନା ମୁତାବକ, ପୂର୍ବରୁ ଏୟାର ଇଣ୍ଡିଆକୁ ଯଦି ବିକ୍ରି କରାଯାଇ ନପାରିବ ତେବେ କମ୍ପାନିକୁ ବନ୍ଦ କରିଦିଆଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ। ସେ କହିଥିଲେ, ଆମେ ଏଥର ନିଲାମ ପାଇଁ ଆହ୍ବାନ କରିବୁ। କେତେ କମ୍ପାନି ଆଗ୍ରହ ଦେଖାଉଛନ୍ତି ତାହା ଦେଖିବୁ। ଯଦି ଗ୍ରାହକ ନମିଳିବେ ତେବେ କମ୍ପାନିକୁ ବନ୍ଦ କରିଦେବୁ। କଂପାନିର ଘରୋଇକରଣ ନ ହେ‌ଲେ ତାହା ବନ୍ଦ ହେବ ବୋଲି ସେ କହିଥିଲେ। ତେବେ ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ଦୀର୍ଘ ଦେଢ଼ ବର୍ଷ ହେଲାଣି ଉଦ୍ୟମ ଜାରି ରହିଥିଲେ ମଧ୍ୟ କମ୍ପାନିକୁ ଏ ପର୍ଯ୍ୟନ୍ତ ଗ୍ରାହକ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe