କେନ୍ଦ୍ର ସରକାରଙ୍କୁ ସୁବ୍ବାରାଓଙ୍କ ପରାମର୍ଶ: ମାଗଣା ଉପହାର ପାଇଁ ଶ୍ବେତପତ୍ର ଅଣାଯାଉ

Advertisment
କେନ୍ଦ୍ର ସରକାରଙ୍କୁ ସୁବ୍ବାରାଓଙ୍କ ପରାମର୍ଶ: ମାଗଣା ଉପହାର ପାଇଁ ଶ୍ବେତପତ୍ର ଅଣାଯାଉ

Sangri Times English

ନୂଆଦିଲ୍ଲୀ: ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାଗଣାରେ ଅନେକ ସାମଗ୍ରୀ ପ୍ରଦାନ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇ ଆସୁଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି ସୁବ୍ବାରାଓ ‌ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ଏକ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତି ହାସଲ ପାଇଁ ଏକ ଶ୍ବେତପତ୍ର ଆଣନ୍ତୁ। ଏଥିସହିତ ଉକ୍ତ ପ୍ରସଙ୍ଗରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ କିଭଳି ସଂଯମତା ରକ୍ଷା କରାଯିବ ତାହା ଉପରେ ବିତର୍କ କରାଯାଉ। କେବଳ ସେତିକି ନୁହେଁ, ଏସବୁ ମାଗଣା ଉପହାରର ଲାଭ ଏବଂ କ୍ଷତି ସଂପର୍କରେ ଲୋକମାନଙ୍କୁ ଅଧିକ ସଚେତନ କରାଯାଉ। ଲୋକମାନଙ୍କୁ ସଚେତନ କରାଇବା ସରକାରଙ୍କ ଦାୟିତ୍ବ ବୋଲି ସୁବ୍ବାରାଓ ମତ ଦେଇଛନ୍ତି।

ଭାରତ ଭଳି ଏକ ଗରିବ ଦେଶରେ ଗୋଟିଏ ପଟେ ଦୁର୍ବଳ ବର୍ଗର ଲୋକଙ୍କୁ ସୁରକ୍ଷା ପ୍ରଦାନ ଆବଶ୍ୟକ। ଅନ୍ୟପଟେ ବିତ୍ତୀୟ ସ୍ଥିତି ଦୃଷ୍ଟିରୁ ତାହା କେତେ ପର୍ଯ୍ୟନ୍ତ ଦିଆଯାଇ ପାରିବ ‌ସେହି ଦାୟିତ୍ବ ସରକାରଙ୍କ ଉପରେ ନିର୍ଭର କରୁଛି। ସରକାର ନିଜକୁ ପ୍ରଶ୍ନ କରିବା ଉଚିତ ମାଗଣା ଉପହାର ପ୍ରଦାନ ଦ୍ବାରା ଅର୍ଥର ସର୍ବୋତ୍କୃଷ୍ଟ ବ୍ୟବହାର ହେଉଛି କିମ୍ବା ଆଉ କିଛି ଭଲ କରାଯାଇ ପାରିବ। ତେଣୁ ମାଗଣା ଉପହାର ପ୍ରଦାନ ନେଇ ରାଜନୈତିକ ଦଳଗୁଡ଼ିକ ଉପରେ କିଭଳି ସଂଯମତା ଲାଗୁ କରାଯାଇ ପାରିବ ତାହା ଉପରେ ବିତର୍କ ହେବା ଆବଶ୍ୟକ ବୋଲି ସୁବ୍ବାରାଓ କହିଛନ୍ତି। ଦେଶର କିଛି ରାଜ୍ୟ ଏଫ୍‌ଆର୍‌ବିଏମ୍‌ ଆଇନର ସୀମାକୁ ଅତିକ୍ରମ କରିଯାଇଥିବା ପ୍ରସଙ୍ଗରେ ସେ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ବିତ୍ତୀୟ ଶୃଙ୍ଖଳା ମାନିବା ଏବଂ ଏଫ୍‌ଆର୍‌ବିଏମ୍‌ ଲକ୍ଷ୍ୟ ହାସଲକୁ ଦେଖିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe