ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଓଡ଼ିଶାର ବୀମା ଲୋକପାଳ ମନୋଜ ପରିଡ଼ା ସାକ୍ଷାତ କରି ୨୦୨୨-୨୩ ବର୍ଷର ବାର୍ଷିକ ରିପୋର୍ଟ ପ୍ରଦାନ କରିଛନ୍ତି। ଆଲୋଚ୍ୟ ବର୍ଷରେ ୧୫୩୫ଟି ଅଭିଯୋଗର ବିଚାର କରାଯାଇଥିବା ବେଳେ ତାହାର ୯୦ ପ୍ରତିଶତ ନିଷ୍ପତ୍ତି ବୀମାଧାରକଙ୍କ ସପକ୍ଷରେ ନିଆଯାଇଛି। ୯୦ ଦିନର ବ୍ୟବସ୍ଥା ଥିବା ବେଳେ ସମସ୍ତ ଅଭିଯୋଗକୁ ୬୦ ଦିନ ଭିତରେ ସମାଧାନ କରାଯାଇଛି। ବୀମା ଲୋକପାଳ ଶ୍ରୀ ପରିଡ଼ା କହିଛନ୍ତି ଯେ ବିନା ଆଇନଜୀବୀଙ୍କ ସହାୟତାରେ ବିନା ମୂଲ୍ୟରେ ଅଭିଯୋଗଗୁଡ଼ିକର ସମାଧାନ ହୋଇଛି। ବୀମା ଲୋକପାଳ ବିଭିନ୍ନ ଜିଲ୍ଲା ଗସ୍ତ କରି ସେଠାରେ ବୀମାଧାରକମାନଙ୍କ ଅଭିଯୋଗକୁ ଶୁଣି ରାୟ ପ୍ରଦାନ କରିବେ। କମ୍ପ୍ୟୁଟର ମାଧ୍ୟମରେ ଲୋକପାଳଙ୍କ ପାଖକୁ ଅଭିଯୋଗ ପଠାଇବା ଲାଗି ସେ ବୀମାଧାରକମାନଙ୍କୁ ଆହ୍ବାନ ଦେଇଛନ୍ତି।
ରାଜ୍ୟପାଳଙ୍କୁ ବୀମା ଲୋକପାଳ ରିପୋର୍ଟ ପ୍ରଦାନ
Advertisment
Follow Us