ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ଏବେ ଏଲ୍ପିଜି ଉପରେ ସବ୍ସିଡି ପ୍ରଦାନ କରାଯାଉଛି। ଆଗାମୀ ଦିନରେ ଏଲ୍ପିଜି ପରିବର୍ତ୍ତେ ରନ୍ଧନ ଗ୍ୟାସ୍ ସବ୍ସିଡି ଦେବାକୁ ନିତି ଆୟୋଗ ପ୍ରସ୍ତାବ ଦେଇଛି। ସହରାଞ୍ଚଳରେ ଯେଉଁମାନେ ପାଇପ୍ଯୋଗେ ପ୍ରାକୃତିକ ଗ୍ୟାସ୍ (ପିଏନ୍ଜି) ଏବଂ ଗ୍ରାମାଞ୍ଚଳରେ ଜୈବ ଇନ୍ଧନ ବ୍ୟବହାର କରୁଛନ୍ତି ସେମାନଙ୍କୁ ଏହି ସବ୍ସିଡି ପରିସରଭୁକ୍ତ କରିବା ଲାଗି ନିତି ଆୟୋଗ ଏଭଳି ପ୍ରସ୍ତାବ ଦେଇଛି। ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ କହିବାନୁଯାୟୀ, ରୋଷେଇ ପାଇଁ ବ୍ୟବହାର ହେଉଥିବା ସମସ୍ତ ଇନ୍ଧନ ନିମନ୍ତେ ସବ୍ସିଡି ପ୍ରଯୁଜ୍ୟ ହେବା ଆବଶ୍ୟକ। ରୋଷେଇ କାର୍ଯ୍ୟରେ ବ୍ୟବହାର ହେଉଥିବା ଉତ୍ପାଦ ମଧ୍ୟରେ ଏଲ୍ପିଜି ଗୋଟିଏ ହୋଇଥିବା ବେଳେ ଅନ୍ୟ ଉତ୍ପାଦ ମଧ୍ୟ ରହିଛି। ରୋଷେଇ ପାଇଁ ଇନ୍ଧନ ରୂପେ ଅନ୍ୟ ସାମଗ୍ରୀ ବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ସବ୍ସଡି ପ୍ରଦାନ କରାଯିବା ଉଚିତ ବୋଲି ଶ୍ରୀ କୁମାର ଏକ ସାକ୍ଷାତକାରରେ କହିଛନ୍ତି। ସରକାର କେବଳ ଏଲ୍ପିଜିରେ ସବ୍ସିଡି ପ୍ରଦାନ କରୁଥିବାରୁ ଗ୍ରାମାଞ୍ଚଳରେ ଜୈବ ଇନ୍ଧନ ଏବଂ ସହରାଞ୍ଚଳରେ ପିଏନ୍ଜି ବ୍ୟବହାର କରୁଥିବା ଗ୍ରାହକମାନେ ସବ୍ସିଡି ପାଇ ପାରୁ ନାହାନ୍ତି।
ସବୁ ରନ୍ଧନ ଗ୍ୟାସ୍ରେ ମିଳିବ ସବ୍ସଡି!
Advertisment
Follow Us