ଭୁବନେଶ୍ବର: ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷାରେ ଓକ୍ରିଜ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ବିଶାଖାପାଟଣାର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି। ସ୍କୁଲ ୧୦୦ ପ୍ରତିଶତ ପାସ୍ ହାର ହାସଲ କରିଛି ଯାହା ସିବିଏସ୍ଇ ଦ୍ବାଦଶ ଶ୍ରେଣୀର ଜାତୀୟ ପାସ୍ ହାର ୯୨.୭୧ ପ୍ରତିଶତରୁ ଅଧିକ। ଦ୍ବାଦଶ ପରୀକ୍ଷାରେ ସ୍କୁଲର ୧୪ ପ୍ରତିଶତ ଓ ଦଶମରେ ୧୧.୩୨ ପ୍ରତିଶତ ଛାତ୍ରଛାତ୍ରୀ ୯୦%ରୁ ଅଧିକ ନମ୍ବର ରଖିଛନ୍ତି। ଦ୍ବାଦଶ ଶ୍ରେଣୀ ଛାତ୍ର ଅର୍ବନ ସାହୁ ୫୦୦ରୁ ୪୮୦ ମାର୍କ ରଖିଛନ୍ତି। ମୋର ଓ ଶିକ୍ଷକମାନଙ୍କ ମିଳିତ ପରିଶ୍ରମ ଯୋଗୁଁ ଏହି ସଫଳତା ମିଳିଛି ବୋଲି ସେ କହିଛନ୍ତି। ଦଶମ ଶ୍ରେଣୀ ଛାତ୍ରୀ ନିଧି ସାନପାଲା ମଧ୍ୟ ୫୦୦ରୁ ୪୮୦ ମାର୍କ ରଖିଛନ୍ତି। ଶିକ୍ଷକମାନଙ୍କ ସହ ସୁସ୍ଥକର ଆଲୋଚନା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି। ପିଲାମାନଙ୍କ ସଫଳତା ସମ୍ପର୍କରେ ସ୍କୁଲର ପ୍ରିନ୍ସିପାଲ୍ ଶୈଳ ଭାମିଦିପତି କହିଛନ୍ତି ଯେ ପ୍ରତିବର୍ଷ ଉଲ୍ଲେଖନୀୟ ଫଳାଫଳ ଜରିଆରେ ଛାତ୍ରଛାତ୍ରୀମାନେ ଆମକୁ ଗର୍ବିତ କରିବା ଜାରି ରଖିଛନ୍ତି। ସେମାନେ ବିଶ୍ବର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟରେ ସ୍ଥାନ ହାସଲ କରୁଛନ୍ତି। ଓକ୍ରିଜ୍ର ନିର୍ଦେଶକ ଅମିତ ଜୈନ କହିଛନ୍ତି ଯେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ କଠିନ ପରିଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହି ସଫଳତା ମିଳିଛି। ସେ ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।
ସିବିଏସ୍ଇ ପରୀକ୍ଷାରେ ଓକ୍ରିଜ୍ ଛାତ୍ରଛାତ୍ରୀଙ୍କ ସଫଳତା
Advertisment
Follow Us