ଓକ୍ରିଜ୍ ବିଶାଖାପାଟଣା ଛାତ୍ରୀଙ୍କ ସଫଳତା

ଓକ୍ରିଜ୍ ବିଶାଖାପାଟଣା ଛାତ୍ରୀଙ୍କ ସଫଳତା

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଓକ୍ରିଜ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍‌ର ଇଣ୍ଟରନ୍ୟାସନାଲ ବ୍ୟାକଲରେଟି ଡିପ୍ଲୋମା ପ୍ରୋଗ୍ରାମ (ଆଇବିଡିପି)ର ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ପ୍ରକୃତି କେ ୪୫ରୁ ୪୧ ସ୍କୋର ରଖି ଟପର ହୋଇଛନ୍ତି ଓ ସେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବେ। ନିଜ ପ୍ରତିକ୍ରିୟାରେ ପ୍ରକୃତି କହିଛନ୍ତି ଆଇବିଡିପି କୌଣସି ଏକ ଲକ୍ଷ୍ୟ ନୁହେଁ ଏହା ଏକ ଯାତ୍ରା। ସଠିକ୍ ସହ‌ାୟତା ବିନା ଆଇବିଡିପି ଭଳି ପାଠ୍ୟକ୍ରମ ବେଶ ଆହ୍ବାନପୂର୍ଣ୍ଣ। ବନ୍ଧୁ ଓ ଅଧ୍ୟାପନା ମଣ୍ଡଳୀ ସହିତ ଅର୍ଥପୂର୍ଣ୍ଣ ସମ୍ପର୍କ ‌ବେଶ ସହାୟକ ହୋଇଥିଲା ବୋଲି ସେ କହିଛନ୍ତି।

ଓକ୍ରିଜ୍‌ର ଛାତ୍ରୀ ରୋଶନି ଭି ପରଡ୍ୟୁ ବିଶ୍ବବିଦ୍ୟାଳୟ ଓ ଇସିତା ଭି ହଙ୍ଗେରିର ଡେବ୍ରେସେନ ମେଡିକାଲ୍ ସ୍କୁଲରେ ନାମ ଲେଖାଇବେ। ଛାତ୍ରଛାତ୍ରୀଙ୍କ ସଫଳତା ସମ୍ପର୍କରେ ସ୍କୁଲର ଡାଇରେକ୍ଟର ଅମିତ ଜୈନ କହିଛନ୍ତି ଯେ ଆମ ସ୍କୁଲରେ ଆମେ ଆଇବିଡିପିକୁ ନିକଟରେ ଆରମ୍ଭ କରିଥିଲୁ। ବିଶ୍ବର ପ୍ରମୁଖ ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆମ ଛାତ୍ରଛାତ୍ରୀମାନେ ଯୋଗ୍ୟ ବିବେଚିତ ହୋଇଥିବା ଜାଣି ବହୁତ ଖୁସି ଲାଗୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe