ଖୁବ ଶୀଘ୍ର ବଢିପାରେ ଚିନି ମୂଲ୍ୟ

Advertisment
ଆତ୍ମନିର୍ଭରଶୀଳ ପଥରେ ଜେକେ କାଗଜକଳ, ଚୀନ୍ ବିନା ଚାହିଦା ମେଣ୍ଟାଇବାକୁ ସକ୍ଷମ

amazon

ନୂଆଦିଲ୍ଲୀ: ଉତ୍ସବର ଋତୁ ଆରମ୍ଭ ହୋଇଯାଇଛି, ଆଉ ଏହାରି ମଧ୍ୟରେ ମିଠା ପ୍ରସ୍ତୁତି ପାଇଁ କିଛି ଅଧିକ ଖର୍ଚ୍ଚ କରିବାକୁ ପଡିପାରେ | କାରଣ ବର୍ତ୍ତମାନ ଚିନି ମୂଲ୍ୟ ବୃଦ୍ଧି ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି | ଚିନିର ସର୍ବନିମ୍ନ ବିକ୍ରୟ ମୂଲ୍ୟରେ କିଲୋଗ୍ରାମ ପିଛା ଦୁଇ ଟଙ୍କା ବୃଦ୍ଧି କରିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି। ଚିନି ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ଖାଦ୍ୟ ମନ୍ତ୍ରଣାଳୟ ସରକାରଙ୍କୁ ପ୍ରସ୍ତାବ ଦେଇଛି |

ଏହି ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ସରକାର ଚିନି ମୂଲ୍ୟ ଉପରେ ନିଷ୍ପତ୍ତି ନେଇପାରନ୍ତି। ଜୁଲାଇ ୧୫ ରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ହୋଇଥିବା ମନ୍ତ୍ରୀମାନେ ବୈଠକରେ ଚିନିର ସର୍ବନିମ୍ନ ବିକ୍ରୟ ମୂଲ୍ୟ (ଏମଏସପି) କୁ କିଲୋଗ୍ରାମ ପିଛା ୩୧ ରୁ ୩୩ ଟଙ୍କାକୁ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ।

ଚଳିତ ବର୍ଷ ଚିନି ଉତ୍ପାଦନ ପ୍ରାୟ ୨୭୦ ଲକ୍ଷ ଟନ୍ ହେବ ବୋଲି ଆଶା କରାଯାଉଛି | ବଡ କଥା ଯେ ଚିନି ମୂଲ୍ୟ ବୃଦ୍ଧି କରିବା ଦ୍ୱାରା ଆଖୁ ଚାଷୀ ପାଇବାକୁ ଥିବା ବକେୟା ରାଶିକୁ ଭରଣା କରାଯିବ | କାରଣ ଚିନି ମିଲ ଉପରେ ଆଖୁ ଚାଷୀମାନଙ୍କର ପ୍ରାୟ ୨୦ ହଜାର କୋଟି ଟଙ୍କାର ବାକି ପଡ଼ିରହିଛି | ଆଖୁ ଚାଷୀମାନଙ୍କର ଏହି ଅର୍ଥ ରାଶି ଯେଭଳି ସେମାନେ ପାଇବେ ତାହାକୁ ନଜରରେ ରଖି ଚିନି ମୂଲ୍ୟ ବଢିପାରେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe