ଆଖୁ କ୍ୱିଣ୍ଟାଲ୍‌ ଦାମ୍‌ ୩୫୫ ଟଙ୍କାକୁ ବୃଦ୍ଧି

Advertisment

ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ୨୦୨୫-୨୬ ଋତୁ ପାଇଁ ଆଖୁର ଉଚିତ୍‌ ଓ ଲାଭଦାୟକ ମୂଲ୍ୟ (ଏଫ୍‌ଆର୍‌ପି) କ୍ୱିଣ୍ଟାଲ ପିଛା ୪.୪୧ ପ୍ରତିଶତ ବୃଦ୍ଧି କରି ୩୫୫ ଟଙ୍କା କରିବାକୁ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି।

ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ୨୦୨୫-୨୬ ଋତୁ ପାଇଁ ଆଖୁର ଉଚିତ୍‌ ଓ ଲାଭଦାୟକ ମୂଲ୍ୟ (ଏଫ୍‌ଆର୍‌ପି) କ୍ୱିଣ୍ଟାଲ ପିଛା ୪.୪୧ ପ୍ରତିଶତ ବୃଦ୍ଧି କରି ୩୫୫ ଟଙ୍କା କରିବାକୁ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି।

ddvdv

Photograph: ( My Exotic Fruit)

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ୨୦୨୫-୨୬ ଋତୁ ପାଇଁ ଆଖୁର ଉଚିତ୍‌ ଓ ଲାଭଦାୟକ ମୂଲ୍ୟ (ଏଫ୍‌ଆର୍‌ପି) କ୍ୱିଣ୍ଟାଲ ପିଛା ୪.୪୧ ପ୍ରତିଶତ ବୃଦ୍ଧି କରି ୩୫୫ ଟଙ୍କା କରିବାକୁ ସରକାର ବୁଧବାର ନିଷ୍ପତ୍ତି ନେଇଛନ୍ତି। ଆଖୁ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଚଳିତ ୨୦୨୪-୨୫ ଋତୁ ପାଇଁ ଆଖୁର ଏଫ୍‌ଆର୍‌ପି କ୍ୱିଣ୍ଟାଲ୍‌ ପିଛା ୩୪୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏଫ୍‌ଆର୍‌ପି ହେଉଛି ଭାରତ ସରକାରଙ୍କ ଦ୍ୱାରା ବାଧ୍ୟତାମୂଳକ ସର୍ବନିମ୍ନ ମୂଲ୍ୟ ଯାହା ଚିନି କଳଗୁଡ଼ିକ ଆଖୁ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଦେୟ ଦେବା ପାଇଁ ଏକ ଆଇନଗତ ବ୍ୟବସ୍ଥା। କ୍ୟାବିନେଟ୍‌ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୧୦.୨୫ ପ୍ରତିଶତ ମୌଳିକ ରିକଭରି ହାର ପାଇଁ କ୍ୱିଣ୍ଟାଲ୍‌ ପିଛା ୩୫୫ ଟଙ୍କା ଏଫ୍ଆର୍‌ପିକୁ ଅନୁମୋଦନ କରାଯାଇଛି। ଯେଉଁ ଚିନି କଳଗୁଡ଼ିକର ଆଦାୟ ୯.୫ ପ୍ରତିଶତରୁ କମ୍ ରହିଛି ସେମାନଙ୍କ କ୍ଷେତ୍ରରେ କୌଣସି କାଟ କରାଯିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe