ଲଣ୍ଡନ: ଟାଇମ୍ସ ତରଫରୁ ଜାରି କରାଯାଇଥିବା ବ୍ରିଟେନ୍ର ଧନୀ ତାଲିକାରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ରୢାଙ୍କରେ ଉନ୍ନତି ଘଟିଛି। ପୂର୍ବରୁ ୨୭୫ତମ ସ୍ଥାନରେ ଥିବା ସୁନକ ଦମ୍ପତି ୨୪୫କୁ ଉନ୍ନୀତ ହୋଇଛନ୍ତି। ତାଙ୍କ ପାଖରେ ୬୫୧ ନିୟୁତ ପାଉଣ୍ଡ ସମ୍ପତ୍ତି ରହିଛି। ଅକ୍ଷତା ହେଉଛନ୍ତି ଇନ୍ଫୋସିସ୍ର ପ୍ରତିଷ୍ଠାତା ଏନ୍ ଆର୍ ନାରାୟଣମୂର୍ତ୍ତିଙ୍କ ଝିଅ। ଇନ୍ଫୋସିସ୍ରେ ତାଙ୍କ ଅଂଶଧନରେ ବୃଦ୍ଧି ଘଟିଥିବାରୁ ସୁନକ ଦମ୍ପତିଙ୍କ ସମ୍ପତ୍ତି ବଢ଼ିଛି। ସୁନକଙ୍କଠାରୁ ଅକ୍ଷତାଙ୍କ ସମ୍ପତ୍ତି ବହୁଗୁଣା ଅଧିକ। ବ୍ରିଟେନ୍ ଧନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ହିନ୍ଦୁଜା ପରିବାର। ସେମାନଙ୍କ ପାରେ ୩୭୧୯ ବିଲିଅନ୍ ପାଉଣ୍ଡ ସମ୍ପତ୍ତି ରହିଛି। ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରୱାଲ୍ ଓ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ବ୍ରିଟେନ୍ରେ ଯଦିଓ କିଛି ବ୍ୟକ୍ତି ଉଲ୍ଲେଖନୀୟ ସଫଳତା ପାଇଛନ୍ତି, କିନ୍ତୁ ମୋଟ ଉପରେ ଦେଖିଲେ ୧୦୦ କୋଟି ଡଲାରରୁ ଅଧିକ ସମ୍ପତ୍ତି ଥିବା ଧନୀ ଲୋକଙ୍କ ସଂଖ୍ୟା କମ୍ ହୋଇଛି।
ଧନୀ ତାଲିକାରେ ଉପରକୁ ଉଠିଲେ ସୁନକ ଦମ୍ପତି
Advertisment
Follow Us