କାମ କରିବା ବଦଳରେ ଅନେକ କର୍ମଚାରୀ ଅଫିସରେ ମସ୍ତି କରୁଛନ୍ତି : ଜୁକରବର୍ଗ ଓ ପିଚାଇଙ୍କ ଏପରି ବୟାନ ପରେ ବଢ଼ିଲା ଚିନ୍ତା‌

କାମ କରିବା ବଦଳରେ ଅନେକ କର୍ମଚାରୀ ଅଫିସରେ ମସ୍ତି କରୁଛନ୍ତି : ଜୁକରବର୍ଗ ଓ ପିଚାଇଙ୍କ ଏପରି ବୟାନ ପରେ ବଢ଼ିଲା ଚିନ୍ତା‌

ନୂଆଦିଲ୍ଲୀ: ଇଣ୍ଟରନେଟ୍ ପରିଚାଳିତ ବୈଷୟିକ କମ୍ପାନିଙ୍କ ନିକଟରୁ ଆସିଛି ନୈରାଶ୍ୟଜନକ ଖବର। ଗତ ୨ ସପ୍ତାହ ମଧ୍ୟରେ ୨ଟି ବଡ଼ ଟେକ୍‌ କମ୍ପାନି ମେଟା (ଫେସ୍‌ବୁକ୍‌)ର ସିଇଓ ମାର୍କ ଜୁକରବର୍ଗ ଓ ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ଏପରି କିଛି ବୟାନ ଦେଇଛନ୍ତି ଯାହା କମ୍ପାନୀର କର୍ମଚାରୀମାନଙ୍କୁ ଆଦୌ ଭଲ ନ ଲାଗିପାରେ। ସେମାନେ ସେମାନଙ୍କ କର୍ମଚାରୀମାନଙ୍କ ସହ କଥା ହୋଇ କହିଛନ୍ତି ଯେ କମ୍ପାନୀରେ ଏପରି କିଛି କର୍ମଚାରୀ  ଅଛନ୍ତି, ଯେଉଁମାନେ କି ରହିବା କଥା ନୁହେଁ । କିଛି କର୍ମଚାରୀ ଅଛନ୍ତି, ଯେଉଁମାନେ କି କମ୍ପାନୀରେ କାମ କରିବା ପରିବର୍ତ୍ତେ ଅଫିସକୁ ମସ୍ତି କରିବାକୁ ଆସନ୍ତି।

ଜୁକରବର୍ଗ ଓ ପିଚାଇଙ୍କ ଏପରି ବୟାନ ସ୍ପଷ୍ଟ କରୁଛି ଯେ ଟେକ୍‌ କମ୍ପାନୀଗୁଡ଼ିକ ଏବେ ପକେଟ୍‌ ଟାଇଟ୍‌ କରିବା ଆରମ୍ଭ କରିଛନ୍ତି। ଅର୍ଥାତ, ଆଉ ପୂର୍ବ ପରି କର୍ମଚାରୀମାନେ ଅଚିନ୍ତା ହୋଇ ମସ୍ତି କରି କାମ କରିପାରିବେ ନାହିଁ। ଯେଉଁ କର୍ମଚାରୀମାନେ ଅଫିସ୍‌ରେ କାମକୁ ଗୁରୁତ୍ବ ସହକାରେ ନିଅନ୍ତି ନାହିଁ ସେମାନଙ୍କ ପାଇଁ ସମସ୍ୟା ବଢ଼ିପାରେ।

ଆପଣ ଜାଣିଥିବ‌େ ଯେ ସାଧାରଣତଃ ଟେକ୍‌ କମ୍ପାନିଗୁଡ଼ିକରେ ନିଜ କର୍ମଚାରୀଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଥାଏ। କର୍ମଚାରୀଙ୍କ ପ୍ରତି କମ୍ପାନି ନିଆରା ଉପାୟରେ ସ୍ନେହ ଯଚାଉଥିବା ବେଳେ ଅତିରିକ୍ତ ଛୁଟି, ଉପହାର ଆଦି ପ୍ରଦାନ କରିଥାଏ। ସେ ସବୁ ସୁବିଧାରେ ଏବେ ପୂର୍ଣ୍ଣଛେଦ ପଡ଼ିପାରେ।

କମ୍ପାନିର ପରିଚାଳକମାନଙ୍କୁ ଏବେ ଅନୁଭବ ହେଉଛି ଯେ କର୍ମଚାରୀ ସଂଖ୍ୟା ଅନୁସାରେ ଉତ୍ପାଦକତା କମ୍‌‌ ରହୁଛି। ଏଥିରୁ ସ୍ପ‌ଷ୍ଟ ଯେ ସବୁ କର୍ମଚାରୀ କମ୍ପାନୀ ପ୍ରତି ଉତ୍ସର୍ଗୀକୃତ ନୁହଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe