ବର୍ଷକୁ ୧୭୧୮ କୋଟି ବେତନ ପାଇବେ ସୁନ୍ଦର ପିଚାଇ

Advertisment
ବର୍ଷକୁ ୧୭୧୮ କୋଟି ବେତନ ପାଇବେ ସୁନ୍ଦର ପିଚାଇ

Zee News

ସାନ୍‌ଫ୍ରାନ୍‌ସିସ୍‌କୋ: ନିକଟରେ ଗୁଗୁଲ୍‌ର ମୂଳ କମ୍ପାନି ଆଲ୍‌ଫାବେଟ୍‌ର ସିଇଓ ଭାବେ ନିଯୁକ୍ତି ପାଇଥିବା ଭାରତ ଜନ୍ମିତ ସୁନ୍ଦର ପିଚାଇ ୨୦୨୦ରେ ୨୪.୨ କୋଟି ଆମେରିକୀୟ ଡଲାର ବା ୧୭୧୮ କୋଟି ଟଙ୍କାର ଦରମା ପାଇବେ। ଆଲ୍‌ଫାବେଟ୍‌ର ସିଇଓ ଭାବେ ହେବା ପରେ ପିଚାଇଙ୍କ ମୂଳ ବେତନରେ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି। ନୂଆ ବେତନ ପ୍ୟାକେଜ ୨୦୨୦ ଜାନୁଆରି ପହିଲାରୁ ଲାଗୁ ହେବ।

ସୂଚନା ଅନୁଯାୟୀ ଆସନ୍ତାବର୍ଷ ପିଚାଇଙ୍କ ମୌଳିକ ବେତନ ୨୦ ଲକ୍ଷ ଡଲାର ବା ୧୪.୨ କୋଟି ଟଙ୍କା ରହିବ। ଷ୍ଟକ ଅପ୍‌ସନ୍‌ ବାବଦରେ ତାଙ୍କୁ ୨୪ କୋଟି ଡଲାର ବା ୧୭୦୪ କୋଟି ଟଙ୍କା ମିଳିବ। ୨୦୧୮ରେ ପିଚାଇଙ୍କୁ ୧୯ ଲକ୍ଷ ଡଲାର (୧୩୫ କୋଟି ଟଙ୍କା) ବେତନ ଏବଂ ଭତ୍ତା ମିଳିଥିଲା। ଏଥିରେ ୬.୫ ଲକ୍ଷ ଟଙ୍କାର (୪.୬ କୋଟି ଟଙ୍କା) ଥିଲା ମୂଳ ବେତନ। ତେବେ ବର୍ତ୍ତମାନ ପିଚାଇଙ୍କୁ ଯେଉଁ ବେତନ ଏବଂ ଭତ୍ତା ମିଳୁଛି ତାହା ଆପଲ ସିଇଓ ଟିମ୍ କୁକ୍‌ ଏବଂ ମାଇକ୍ରୋସଫ୍ଟର ସତ୍ୟ ନାଡ଼େଲାଙ୍କ ତୁଳନାରେ ଯଥେଷ୍ଟ କମ୍ । ଟିମ୍ କୁକ୍ ୨୦୧୮ରେ ୯୫୭ କୋଟି ଏବଂ ସତ୍ୟ ନାଡ଼େଲା ୩୦୬ କୋଟି ଟଙ୍କା ପାରିଶ୍ରମିକ ପାଇଥିଲେ। ତେବେ ଟେସ୍‌ଲା ସିଇଓ ଏଲନ୍ ମସ୍କଙ୍କୁ ସବୁଠୁ ଅଧିକ ବେତନ ଅର୍ଥାତ୍ ୩୫୯୧ କୋଟି ଟଙ୍କା ମିଳିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe