ସୁନୀଲ ଗୁପ୍ତା ସିଆଇଆଇ ଓଡ଼ିଶାର ନୂଆ ଅଧ୍ୟକ୍ଷ: ଜି ସୁରେଶା ଉପାଧ୍ୟକ୍ଷ

Advertisment

ବେଦାନ୍ତ ଲିମିଟେଡ୍‌ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା ୨୦୨୫-୨୬ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ଶାଖାର ନୂଆ ଅଧ୍ୟକ୍ଷ ଏବଂ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆର ଓଡ଼ିଶା ସମ୍ପତ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି ସୁରେଶା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

ବେଦାନ୍ତ ଲିମିଟେଡ୍‌ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା ୨୦୨୫-୨୬ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ଶାଖାର ନୂଆ ଅଧ୍ୟକ୍ଷ ଏବଂ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆର ଓଡ଼ିଶା ସମ୍ପତ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି ସୁରେଶା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।

dadaddada

ଭୁବନେଶ୍ବର: ବେଦାନ୍ତ ଲିମିଟେଡ୍‌ ଝାରସୁଗୁଡ଼ାର ସିଇଓ ସୁନୀଲ ଗୁପ୍ତା ୨୦୨୫-୨୬ ପାଇଁ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ଶାଖାର ନୂଆ ଅଧ୍ୟକ୍ଷ ଏବଂ ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆର ଓଡ଼ିଶା ସମ୍ପତ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜି ସୁରେଶା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବୁଧବାର ଭୁବନେଶ୍ବରରେ ସିଆଇଆଇ ଓଡ଼ିଶା ପକ୍ଷରୁ ଆୟୋଜିତ ବାର୍ଷିକ ଦିବସ ୨୦୨୫ରେ ଏହି ଘୋଷଣା କରାଯାଇଛି। ୨୦୨୪-୨୫ ବର୍ଷ ପାଇଁ ଡ. ପ୍ରଦୀପ୍ତ ମହାନ୍ତି ଅଧ୍ୟକ୍ଷ ଓ ଶ୍ରୀ ଗୁପ୍ତା ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। 

ଏହି ଅବସରରେ ବିକଶିତ ଓଡ଼ିଶା ୨୦୩୬: ରାଷ୍ଟ୍ର ଗଠନ ପାଇଁ ଏଜେଣ୍ଡା ନିର୍ଧାରଣ’ ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସେଥିରେ ଅତିଥି ଭାବେ ଯୋଗ ଦେଇ ସିଆଇଆଇ ପୂର୍ବାଞ୍ଚଳର ଅଧ୍ୟକ୍ଷ ଶୁଭେନ୍ଦ୍ର ବେହେରା ଓଡ଼ିଶା ସରକାର ପ୍ରଦାନ କରୁଥିବା ୩୦ ପ୍ରତିଶତ ସବ୍‌ସିଡି, ଏମ୍‌ଏସ୍‌ଏମ୍‌ଇମାନଙ୍କ ପାଇଁ ପାଚେରୀ ସହିତ ଜମି ଦେବା ଭଳି ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସିଆଇଆଇ ଓଡ଼ିଶାର ୨୦୨୪-୨୫ର ଅଧ୍ୟକ୍ଷ ଡ. ମହାନ୍ତି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଜାତୀୟ ହାରଠାରୁ ଅଧିକ ରହିବା ଏବଂ ୨୦୩୬ ସୁଦ୍ଧା ଏକ ଟ୍ରିଲିୟନ୍ ଅର୍ଥନୀତିରେ ପରିଣତ ହେବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଥିଲେ। ଧାମରା ବନ୍ଦରର ସିଇଓ ଦେବେନ୍ଦ୍ର ଠକର ଅର୍ଥନୈତିକ ପ୍ରଗତିରେ ଲଜିଷ୍ଟିକ୍ସର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଏସାର୍‌ ମିନ୍‌ମେଟ୍‌ର ସିଇଓ ଶଶି ଶେଖର ମହାନ୍ତିଙ୍କ ସଂଯୋଜନାରେ ଏକ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe