ଆୟକର ବିଭାଗକୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ, ଭୋଡ଼ାଫୋନକୁ ୭୩୩ କୋଟି ଫେରାଅ

Advertisment
ସୁପ୍ରିମ କୋର୍ଟରେ ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶ ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ

The Hindu

ନୂଆଦିଲ୍ଲୀ : ଆୟକର ଫେରସ୍ତ ମାମଲାରେ ଭୋଡାଫୋନ୍ ଆଇଡିଆକୁ ଆଜି ସୁପ୍ରିମ କୋର୍ଟରୁ ବଡ଼ ଧରଣର ଆଶ୍ବସ୍ତି ମିଳିଛି। ୪ ସପ୍ତାହ ମଧ୍ୟରେ କମ୍ପାନିକୁ ୭୩୩ କୋଟି ଟଙ୍କା ଫେରାଇବା ପାଇଁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪-୧୫ ଆକଳନ ବର୍ଷ ବାବଦରେ ଏହି ରାଶି କମ୍ପାନିକୁ ମିଳିବ। ପୂର୍ବରୁ ଭୋଡାଫୋନ୍ ମୋବାଇଲ ସର୍ଭିସେସ୍ ଲିମିଟେଡ ନାମରେ କାମ କରୁଥିବା ଭୋଡାଫୋନ୍ ଆଇଡି ୨୦୧୪-୧୫ରୁ ୨୦୧୭-୧୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୪ ବର୍ଷ ପାଇଁ ୪୭୫୯.୦୭ କୋଟି ଟଙ୍କା ଆୟକର ଫେରସ୍ତ ବାବଦରେ ଦାବି କରିଥିଲା। କିନ୍ତୁ ସର୍ବୋଚ୍ଚ ଅଦାଲତ କେବଳ ୨୦୧୪-୧୫ ବର୍ଷ ବ୍ୟତୀତ ଅନ୍ୟ କୌଣସି ବର୍ଷ ସମ୍ପର୍କରେ କିଛି ଆଦେଶ ଦେଇନାହାନ୍ତି। ବିଚାରପତି ୟୁ ୟୁ ଲଳିତ ଏବଂ ବିଚାରପତି ବିନୀତ ସରଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆୟକର ଫେରସ୍ତ ସମ୍ପର୍କରେ ନିର୍ଦ୍ଦେଶ ଦେଇଛନ୍ତି।

ଆୟକର ଫେରସ୍ତ ନେଇ ଆୟକର ବିଭାଗ କୌଣସି ପଦକ୍ଷେପ ନେଉନାହିଁ ବୋଲି ଅଭିଯୋଗ କରି ଭୋଡାଫୋନ ପୂର୍ବରୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା। ତେବେ ୨୦୧୮ ଡିସେମ୍ବର ୧୪ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ପିଟିସନକୁ ଖାରଜ କରିଦେଇଥିଲେ। ଏହାପରେ କମ୍ପାନି ସର୍ବୋଚ୍ଚ ଅଦାଲତର ଦ୍ବାରସ୍ଥ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe