ଆଦାନୀର ଧାରାବୀ ପ୍ରକଳ୍ପ ଅଟକାଇବାକୁ ମନା କଲେ ସୁପ୍ରିମ୍‌କୋର୍ଟ

Advertisment

ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ପକ୍ଷରୁ ମୁମ୍ବାଇର ଧାରାବୀ ବସ୍ତିର ପୁନଃବିକାଶ ପ୍ରକଳ୍ପକୁ ସ୍ଥଗିତ ରଖିବା ଲାଗି ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ପ୍ରକଳ୍ପ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଲାଗୁ କରିବାକୁ ଦୁବାଇର କମ୍ପାନି ସେକ୍‌ଲିଙ୍କ୍‌ ଟେକ୍ନୋ‌ଲୋଜି....

ଧରାବିରେ କରୋନାଭାଇରସ୍ କଣ୍ଟେନ୍‌ମେଣ୍ଟ୍ ରଣନୀତିକୁ ପ୍ରଶଂସା କଲେ ‘ହୁ’ ମୁଖ୍ୟ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ପକ୍ଷରୁ ମୁମ୍ବାଇର ଧାରାବୀ ବସ୍ତିର ପୁନଃବିକାଶ ପ୍ରକଳ୍ପକୁ ସ୍ଥଗିତ ରଖିବା ଲାଗି ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ପ୍ରକଳ୍ପ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଲାଗୁ କରିବାକୁ ଦୁବାଇର କମ୍ପାନି ସେକ୍‌ଲିଙ୍କ୍‌ ଟେକ୍ନୋ‌ଲୋଜି କର୍ପୋରେସନ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ମାମଲାର ଶୁଣାଣି କରି ପ୍ରକଳ୍ପ ସ୍ଥଗିତ ରଖିବାକୁ ମନା କରିଛନ୍ତି। କିନ୍ତୁ ମହାରାଷ୍ଟ୍ର ସରକାର ଓ ଆଦାନୀ ଗ୍ରୁପ୍‌କୁ ନୋଟିସ୍ ପଠାଇଛନ୍ତି।

ଆଦାନୀ ଗ୍ରୁପ୍‌ ପକ୍ଷରୁ ଆଇନଜୀବୀ ମୁକୁଲ ରୋହତୋଗୀ ମାମଲା ପରିଚାଳନା କରି କହିଥିଲେ ଯେ ନିର୍ମାଣ କାର୍ଯ୍ୟରେ ୨୦୦୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଛନ୍ତି। ମେସିନ୍ ମଗାଇବା, କାମ ଆରମ୍ଭ କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ରେଳ କ୍ବାଟର୍ସଗୁଡ଼ିକୁ ଭାଙ୍ଗିବା କାମ ମଧ୍ୟ ଆରମ୍ଭ ହୋଇଗଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe