ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ ଉପରେ ଦିଆଯାଉଥିବା ମୋରାଟୋରିଅ୍‌ମ୍‌ ବଢ଼ାଇବା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

Advertisment
କୋଭିଡ୍‌ ରୋଗୀଙ୍କୁ ଅସ୍ପୃଶ୍ୟ ଭଳି ବ୍ୟବହାର କରାଯାଉଛି: ସୁପ୍ରିମକୋର୍ଟ

Image Courtesy of The Financial Express

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଋଣ ଉପରେ ଦିଆଯାଉଥିବା ମୋରାଟୋରିଅମ୍‌ ସୁବିଧାର ଅବଧିକୁ ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ବଢ଼ାଇବା ଲାଗି କରାଯାଇଥିବା ଆବେଦନର ଶୁଣାଣି କରିବେ ସୁପ୍ରିମ‌କୋର୍ଟ। ମୋରାଟୋରିଅମ୍ ସ୍କିମ୍‌ର ଅବଧି ଚଳିତ ମାସ ୩୧ରେ ଶେଷ ହେବ। କରୋନା ମହାମାରୀକୁ ନଜରରେ ରଖି ଋଣ ପରିଶୋଧକୁ ସ୍ଥଗିତ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସ୍କିମ୍ ଘୋଷଣା କରିଛି। ଆବେଦନକାରୀ ବିଶାଲ ତିୱାରୀ ତିନି ଜଣିଆ ବିଚାରପତି ଖଣ୍ଡପୀଠକୁ ଜଣାଇଛନ୍ତି ଯେ ଲୋକମାନଙ୍କ ଆର୍ଥିକ ସ୍ଥିତି ଉପରେ କରୋନା ମହାମାରୀର ପ୍ରଭାବ ଜାରି ରହିଛି। ତେଣୁ ଏହି ସ୍କିମ୍‌ର ଅବଧିକୁ ବର୍ଷ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଦରକାର। ସେପ୍ଟେମ୍ବର ପହିଲାରେ ଏହି ମାମଲା ସହିତ ଆଗ୍ରାର ବାସିନ୍ଦା ଗଜେନ୍ଦ୍ର ଶର୍ମା ଦାଖଲ କରିଥିବା ମାମଲାକୁ ମିଶାଇ ଶୁଣାଣି ହେବ।

ଚଳିତ ମାସ ୨୬ରେ ଶ୍ରୀ ଶର୍ମା ଦାଖଲ କରିଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତାଗିଦ କରିଥିଲେ। ରିଜର୍ଭ ବ୍ୟାଙ୍କ ପଛରେ ସରକାର ଲୁଚି ପାରିବେ ନାହିଁ ବୋଲି କହିଥିଲେ। ‌ମୋରୋଟୋରିଅମ୍ ସ୍କିମ୍‌ରେ କିସ୍ତିର ପଇଠକୁ ସ୍ଥଗିତ ରଖାଯାଇଥିବାରୁ ସେହି ଛଅ ମାସର ଅବଧିରେ ସୁଧ ଛାଡ଼ କରାଯିବ ନା ନାହିଁ ତାହା ସ୍ପଷ୍ଟ କରି ସପ୍ତାହକ ଭିତରେ କୋର୍ଟଙ୍କୁ ଜଣାଇବାକୁ କହିଥିଲେ। ‌ସେପ୍ଟେମ୍ବର ୧ ସୁଦ୍ଧା ନିଜ ସ୍ଥିତି ସ୍ପଷ୍ଟ କରିବାକୁ କୋର୍ଟ ସରକାରଙ୍କୁ କହିଥିଲେ। ବିପର୍ଯ୍ୟୟ ପରିଚାଳନା ନିୟମ ଅଧୀନରେ ଛାଡ଼ ଭଳି ସୁବିଧା ଦେବା ଲାଗି ସରକାରଙ୍କ ପାଖରେ ଅନେକ ଶକ୍ତି ରହିଥିଲେ ମଧ୍ୟ ସରକାର କିଛି ସ୍ପଷ୍ଟ କରୁନଥିବାରୁ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe