ଭି-ବଜାରରେ ‘ସ୍ବାଗ୍‌ ବାଲି ସେଲିବ୍ରେସନ’ ଅଫର

Advertisment
ଭି-ବଜାରରେ ‘ସ୍ବାଗ୍‌ ବାଲି ସେଲିବ୍ରେସନ’ ଅଫର

ନୂଆଦିଲ୍ଲୀ: ରମଜାନ୍ ଓ ଇଦ୍‌କୁ ଦୃଷ୍ଟିରେ ରଖି ଭି-ବଜାର ପକ୍ଷରୁ ସ୍ବାଗ୍ ବାଲି ସେଲିବ୍ରେସ ଅଫର ଘୋଷଣା କରାଯାଇଛି। ଏଥିରେ ଗ୍ରାହକମା‌ନେ କମ୍ ଦାମ୍‌ରେ ‌ଫେସନେବଲ୍ ସାମଗ୍ରୀ କିଣିବା ସହ ବିଭିନ୍ନ ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ ପାଇବେ। ଦୁଇ ହଜାର ଟଙ୍କାର କିଣାକିଣି କଲେ ୩୫୯ ଟଙ୍କା ମୂଲ୍ୟର ଏକ ବୋତଲ, ୪୦୦୦ ଟଙ୍କାର କିଣାକିଣି କଲେ ୫୯୫ ଟଙ୍କା ମୂଲ୍ୟର ପୁଡିଂ ସେଟ୍, ୮୦୦୦ ଟଙ୍କାର କିଣାକିଣି କଲେ ୯୯୯ ଟଙ୍କା ମୂଲ୍ୟର ଏକ ହେଡ୍‌ଫୋନ୍, ୧୨,୦୦୦ ଟଙ୍କାର କିଣାକିଣି କଲେ ୩୭୦୦ ଟଙ୍କାର ଜୁସର ମିକ୍ସଚର ଗ୍ରାଇଣ୍ଡର ମାଗଣାରେ ମିଳିବ। ଏହା ବ୍ୟତୀତ ବିଭିନ୍ନ ବ୍ରାଣ୍ଡ୍‌ ଓ ଷ୍ଟୋର୍‌ରେ ଚାଲିଥିବା ଅଫରର ଲାଭ ମଧ୍ୟ ଗ୍ରାହକମାନଙ୍କୁ ମିଳିବ। ଭି-ବଜାରରେ ୯୯ ଟଙ୍କାରୁ ଆରମ୍ଭ କରି ୮୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ନବଜାତ ଶିଶୁ, ଶିଶୁ, ପୁରୁଷ ଓ ମହିଳାମାନଙ୍କ ପାଇଁ ରହିଛି। ଷ୍ଟୋରରେ କ୍ୟାସରୋଲ, ଗ୍ଲାସ୍‌ ସେଟ୍, ବେଡ୍ ସିଟ୍ ଓ ଫୁଟ୍‌ଓୟାର ଆଦି ମଧ୍ୟ ସୁଲଭ ମୂଲ୍ୟରେ ବିକ୍ରି ହେଉଛି। ଏହି ଅଫର ଏପ୍ରିଲ୍‌ ୯ରୁ ଆରମ୍ଭ ହୋଇଛି ଯାହା ମେ’ ୩ ପର୍ଯ୍ୟନ୍ତ ଚାଲିବ। ଏସବିଆଇ କାର୍ଡରେ ୧୫୦୦ ଟଙ୍କାର କିଣାକିଣି ‌କଲେ ୫ ପ୍ରତିଶତର ଅତିରିକ୍ତ କ୍ୟାସ୍‌ବ୍ୟାକ୍ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe